୯୩୧ ରେଟିଂ ପାଇ ଟି-ଟ୍ୱେଣ୍ଟି ଫର୍ମାଟରେ ରେକର୍ଡ ବ୍ରେକ୍ କଲେ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା। ଇତିହାସ ରଚିଲେ ଅଭିଷେକ। ନିକଟରେ ଦୁବାଇରେ ହୋଇଥିବା ଏସିଆ କପ୍ ଟି-ଟ୍ୱେଣ୍ଟିରେ ଶ୍ରୀଲଙ୍କା ବିରୁଦ୍ଧରେ ଖେଳିଥିବା ମ୍ୟାଚରେ ଏହି ରେଟିଂ ପଏଣ୍ଟ ହାସଲ କରିଛନ୍ତି ଅଭିଷେକ। ଟେଷ୍ଟ ଫର୍ମାଟରେ ୯୬୧ ପଏଣ୍ଟ ପାଇ ଡନ୍ ବ୍ରାଡମ୍ୟାନ୍ ଶୀର୍ଷରେ ଥିଲା ବେଳେ ଓ୍ୱାନ ଡେ ଫର୍ମାଟରେ ୯୩୫ ପଏଣ୍ଟ ପାଇ ଭିଭିଆନ ରିଚାର୍ଡସ ଟପରେ ଅଛନ୍ତି। ଭାରତୀୟ ଖେଳାଳୀଙ୍କ ଭିତରେ ଉଭୟ ଟେଷ୍ଟ ଓ ଏକଦିବସୀୟ ମ୍ୟାଚ ଫର୍ମାଟରେ ସର୍ବାଧିକ ରେଟିଂ ପଏଣ୍ଟ ବିରାଟ କୋହଲିଙ୍କ ନାଁରେ ରହିଛି। ଟେଷ୍ଟରେ ୯୩୭ ପଏଣ୍ଟ ଓ ଓ୍ୱାନ-ଡେରେ ୯୦୯ ପଏଣ୍ଟ ପାଇଛନ୍ତି କୋହଲି। ସର୍ବକାଳୀନ ଟି-ଟ୍ୱେଣ୍ଟି ରାକିଂରେ ଇଂଲଣ୍ଡ ଖେଳାଳୀ ଡେଭିଡ୍ ମଲାନ ୯୧୯ ପଏଣ୍ଟ ରଖିଥିଲେ। ଆଉ ଡେଭିଡଙ୍କ ରେକର୍ଡ ଭାଙ୍ଗିଦେଇ ଅଭିଷେକ ଏବେ ନମ୍ୱର ଓ୍ୱାନ ପୋଜିସନ ହାସଲ କରିନେଇଛନ୍ତି। ତୃତୀୟରେ ୯୧୨ ପଏଣ୍ଟ ପାଇ ସୂର୍ଯ୍ୟକୁମାର ଯାଦବ ଓ ଚତୁର୍ଥରେ ୯୦୯ ପଏଣ୍ଟ ପାଇ ଅଛନ୍ତି କୋହଲି।
Naxatra News is now on Whatsapp
Join and get latest news update delivered to you via whatsapp
Join Now