ବିପଦ ସାଜିଲା ଡବଲ ହାର୍ ଆଉ ବର୍ଷା: ଟି-ଟ୍ୱେଣ୍ଟି ବିଶ୍ୱକପରୁ ଅଷ୍ଟ୍ରେଲିଆ ଆଉଟ୍

ଡବଲ ହାର୍‌ ପରେ ବର୍ଷା ସାଜିଲା ବିପଦ। ଅଷ୍ଟ୍ରେଲିଆ ଟିମ୍‌ ଟି-ଟ୍ୱେଣ୍ଟି ବିଶ୍ୱକପରୁ ହେଲା ବିଦା।  ସୁପର -୮ରେ ପହଞ୍ଚିଲା ଜିମାୱେ। ପଲ୍ଲେକେଲେରେ ହେବାକୁ ଥିବା ଜିମ୍ୱାଓ୍ୱେ ଓ ଆୟରଲ୍ୟାଣ୍ଡ ଭିତର ମ୍ୟାଚ୍ ବର୍ଷା କାରଣରୁ ରଦ୍ଦ ହୋଇଗଲା। ଆଉ ମ୍ୟାଚ୍ ରଦ୍ଦ ହିଁ କଙ୍ଗାରୁ ଦଳର ସମସ୍ତ ସ୍ୱପ୍ନକୁ ଚୁରମାର କରିଦେଲା। ଗ୍ରୁପ୍ ବି ରେ ଥିବା ଆୟରଲ୍ୟାଣ୍ଡ ଓ ଓମାନ ସହ ଅଷ୍ଟ୍ରେଲିଆ ବିଶ୍ୱକପରୁ ବିଦା ହୋଇଯାଇଛି। ୨୦୨୧ ବିଶ୍ୱକପ୍ ଚାମ୍ପିଅନ ଟିମ୍ ଏଭଳି ବିଦା ହେବା ଦେଖି ସମସ୍ତେ ତାଜୁବ୍। ଜିମ୍ୱାଓ୍ୱେ ବନାମ ଆୟରଲ୍ୟାଣ୍ଡ ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କା ଟିମ୍ ସୁପର-୮ରେ ପହଞ୍ଚି ସାରିଥିଲା। କାଲି ଅଷ୍ଟ୍ରେଲିଆକୁ ହରାଇ ନିଜର  ସ୍ଥାନ ପକ୍କା କରିସାରିଥିଲା ଶ୍ରୀଲଙ୍କା। ଏହା ପରେ ଭଗବାନଙ୍କ ଭରସାରେ ଥିଲା ଅଷ୍ଟ୍ରେଲିଆ ଟିମ। ଏବେ କଙ୍ଗାରୁ ଟିମ୍ ଓମାନ ସହ ନିଜର ଶେଷ ଲିଗ୍ ମ୍ୟାଚ୍ ଖେଳିବ। ହେଲେ ଏହା କେବଳ ଔପଚାରିକ ମ୍ୟାଚ୍ ସାଜିବ। ସୁପର-୮ରେ ଏଣ୍ଟ୍ରି ପାଇଁ କେବଳ ଗୋଟିଏ ଜିତ୍ କିମ୍ୱା ମ୍ୟାଚ୍ ରଦ୍ଦ ଦରକାର ଥିଲା ଜିମ୍ୱାଓ୍ୱେ ପାଇଁ। ଆୟରଲ୍ୟାଣ୍ଡ ସହ ମ୍ୟାଚ୍ ରଦ୍ଦରୁ ଜିମ୍ୱାଓ୍ୱେକୁ ଆଉ ଏକ ପଏଣ୍ଟ ମିଳିଗଲା। ପଏଣ୍ଟ ଟେବୁଲରେ ଜିମ୍ୱାଓ୍ୱେ  ୩ଟି ମ୍ୟାଚରୁ ୫ ପଏଣ୍ଟ ହାସଲ କରିଛି। କହିବାକୁ ଗଲେ ଜିମ୍ୱାଓ୍ୱେ ଡବଲ ଫାଏଦାରେ ରହିଲା। ଫେବୃଆରୀ ୨୬ରେ ଭାରତ ବିରୁଦ୍ଧରେ ସୁପର-୮ ମ୍ୟାଚ୍ ଖେଳିବ ଜିମ୍ୱାଓ୍ୱେ। ୨୨ରେ ଓ୍ୱେଷ୍ଟଇଣ୍ଡିଜ୍ ଓ ମାର୍ଚ୍ଚ ପହିଲାରେ ସାଉଥଆଫ୍ରିକାକୁ ସାମ୍ନା କରିବ ଜିମ୍ୱାଓ୍ୱେ। ସେପଟେ ଓମାନ ବିରୁଦ୍ଧରେ ଶେଷ ମ୍ୟାଚ୍ ଖେଳି ଜିତିଲେ ବି ୪ ପଏଣ୍ଟ ଯାଏ ପହଞ୍ଚିପାରିବ ଅଷ୍ଟ୍ରେଲିଆ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *