ଆଇପିଏଲ ବ୍ୟାନ୍ କଲା ବାଂଲାଦେଶ

ଆଇପିଏଲ ଉପରେ ବ୍ୟାନ୍ ଲଗାଇଲା ବାଂଲାଦେଶ। ଆଇପିଏଲ ପ୍ରସାରଣକୁ ବ୍ୟାନ୍ କରିଛନ୍ତି ୟୁନୁସ ସରକାର। ଏ ସମ୍ପର୍କିତ ନିର୍ଦେଶାନାମା ବି ଜାରି କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ନିର୍ଦେଶାନାମାରେ କୁହାଯାଇଛି, ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗରେ ବାଂଲାଦେଶର କ୍ରିକେଟର ମୁସ୍ତାଫିଜୁର ରେହେମାନଙ୍କୁ କେକେଆର ଟିମ୍ ବାହାର କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ପଛରେ କୌଣସି ଠୋସ୍ କାରଣ ବା ତର୍କ ନଥିଲା। ଏହି ଫୈସଲା ବାଂଲାଦେଶ ଜନତାଙ୍କ ଲାଗ ଅପମାନଜନକ, ଦୁର୍ଭାଗ୍ୟପୂର୍ଣ୍ଣ ଓ ନିନ୍ଦନୀୟ ଅଟେ। ଏମିତି ସ୍ଥିତିରେ ଆଇପିଏଲର ସମସ୍ତ ମ୍ୟାଚର ପ୍ରଚାର,ପ୍ରସାରଣ ଓ ପୁନଃ ପ୍ରସାରଣକୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଉଛି। ମୁସ୍ତାଫିଜୁରଙ୍କୁ ଲିଗରୁ ବାହାର କରିବା ପ୍ରତିବାଦରେ ଏଭଳି ନିଷ୍ପତ୍ତି ନେଇଛି ବାଂଲାଦେଶ। ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତକୁ ପଠାଇବନି ଟିମ୍। ରବିବାର ବାଂଲାଦେଶ କ୍ରିକେଟ ବୋର୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳିବାକୁ ନିଜ ଟିମ୍ ଭାରତକୁ ପଠାଇବାକୁ ମନା କରିସାରିଛି। ବାଂଲାଦେଶ କ୍ରିକେଟ ବୋର୍ଡ ବା ବିସିବି ଏହି ମ୍ୟାଚ୍ ଶ୍ରୀଲଙ୍କାରେ କରିବାକୁ ଆଇସିସିକୁ ଅନୁରୋଧ କରିଛି। ଟି-ଟ୍ୱେଣ୍ଟି ବିଶ୍ୱକପରେ ଫେବୃଆରୀ ୭ରେ ଓ୍ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଖେଳିବ ବାଂଲାଦେଶ। ଫେବୃଆରୀ ୯ରେ ଇଟାଲୀ, ୧୪ରେ ଇଂଲଣ୍ଡ ଓ ୧୭ରେ ନେପାଳ ବିରୁଦ୍ଧରେ ଖେଳିବାକୁ ସିଡ୍ୟୁଲ ହୋଇଛି। ପ୍ରଥମ ୩ଟି ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନରେ ଭେନ୍ୟୁ ସ୍ଥିର ହୋଇଥିଲା ବେଳେ ନେପାଳ ସହ ମ୍ୟାଚ୍ ମୁମ୍ୱାଇର ଓ୍ୱାଙ୍ଖେଡ଼େ ଷ୍ଟାଡିୟମରେ ଖେଳିବାକୁ ଭେନ୍ୟୁ ହୋଇଛି। ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଓ ହିଂସା ଭିତରେ କେକେଆର ସାଢ଼େ ୯ କୋଟି ଟଙ୍କାରେ ମୁସ୍ତାଫିଜୁର ରେହେମାନଙ୍କୁ ନିଲାମୀରେ କିଣିଥିଲା। ଏହାକୁ ନେଇ ବିବାଦ ଉଠିବା ପରେ ରେହେମାନଙ୍କୁ ଟିମରୁ କାଢ଼ିବାକୁ ବିସିସିଆଇ ଶାହାରୁଖ ଖାନଙ୍କ କେକେଆର ଟିମକୁ ନିର୍ଦେଶ ଦେଇଥିଲା। ଏହା ପରେ କେକେଆର୍ ଏହି ନିଷ୍ପତ୍ତି ନେଇଥିଲା। ଗଲା ୧୬ ଦିନ ଭିତରେ ବାଂଲାଦେଶରେ ୪ ହିନ୍ଦୁଙ୍କ ହତ୍ୟା ହେଲାଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *