ଟିମ୍ ଇଣ୍ଡିଆକୁ ୫୮ କୋଟି

ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଭାରତୀୟ ଟିମକୁ ୫୮ କୋଟିର ନଗଦ ଅର୍ଥରାଶି ଦେବ ବିସିସିଆଇ। ଭାରତୀୟ ଟିମକୁ ଏହି ପୁରଷ୍କାର ରାଶି ମିଳିବ। ଏହି ପୁରଷ୍କାର ଖେଳାଳୀ, କୋଚିଂ, ସହଯୋଗୀ ଷ୍ଟାଫ ଏବଂ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଚୟୱନ କମିଟିକୁ ମିଳିବ। ଅବଶ୍ୟ କାହାକୁ କେତେ ମିଳିବ, ଏ କଥା ସ୍ପଷ୍ଟ କରିନି ବିସିସିଆଇ। ଭାରତୀୟ ପୁରୁଷ କ୍ରିକେଟ ଟିମ୍ ଚଳିତ ମାସ ୯ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ଫାଇନାଲରେ ହରାଇ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି କହିଛନ୍ତି, ଲଗାତାର ଆଇସିସି ଟ୍ରଫି ଜିତିବା ଯେତିକି ଖାସ୍ ଅଟେ। ଏହି ପୁରଷ୍କାର ବିଶ୍ୱ ମଞ୍ଚରେ ଟିମ୍ ଇଣ୍ଡିଆକୁ ସମର୍ପଣ ଓ ଉତ୍କର୍ଷତାକୁ ଦର୍ଶାଉଛି। ଆଇସିସି ଅଣ୍ଡର-୧୯ ମହିଳା ବିଶ୍ୱକପ୍ ଜିତାପଟ୍ଟ ପରେ ୨୦୨୫ରେ ଭାରତକୁ ଦ୍ୱିତୀୟ ଆଇସିସି ଟ୍ରଫି ମିଳିଲା। ଯାହା ଆମ ଦେଶରେ ମଝଭୁତ କ୍ରିକେଟ ତନ୍ତ୍ରକୁ ଉଜାଗର କରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *