ବିସିସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷ ହେବେ ରାଜୀବ ଶୁକ୍ଳା

ବିସିସିଆଇର ଅନ୍ତରୀଣ ଅଧ୍ୟକ୍ଷ ହେବେ ରାଜୀବ ଶୁକ୍ଳା। ବର୍ତ୍ତମାନ BCCI ର ଉପାଧ୍ୟକ୍ଷ ଥିବା ରାଜୀବ ଶୁକ୍ଲା ଜୁଲାଇ ୧୯, ୨୦୨୫ ପରେ ଏହି ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ଅଧ୍ୟକ୍ଷ ରୋଜର ବିନି ୭୦ ବର୍ଷ ବୟସରେ ପହଞ୍ଚିବେ, ଯାହା BCCI ର ବୟସ ସୀମା ନୀତି ଅନୁଯାୟୀ ତାଙ୍କୁ ପଦ ଛାଡିବାକୁ ବାଧ୍ୟ କରିବ। ରାଜୀବ ଶୁକ୍ଲା ଏହି ଅନ୍ତର୍ବର୍ତ୍ତୀ ଦାୟିତ୍ୱ ନିର୍ବାହ କରିବେ ସେପ୍ଟେମ୍ବର ୨୦୨୫ ଯାଏ। କାରଣ ସେପ୍ଟେମ୍ବର ୨୦୨୫ରେ ବିସିସିଆଇର ନୂତନ ଅଧ୍ୟକ୍ଷ ଚୟନ ହେବ। ଶୁକ୍ଲା ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ (IPL) ର ଅଧ୍ୟକ୍ଷ ଥିଲେ ଏବଂ ୨୦୨୦ ଡିସେମ୍ବରରୁ BCCI ର ଉପାଧ୍ୟକ୍ଷ ଭାବେ କାର୍ଯ୍ୟରତ।ମାର୍ଚ୍ଚ ୨୦୨୫ ରେ ତାଙ୍କୁ ଏସିଆନ୍ କ୍ରିକେଟ୍ କାଉନସିଲ୍ (ACC) ର ଏକ୍ସିକ୍ୟୁଟିଭ୍ ବୋର୍ଡ ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା, ଯେଉଁଠାରେ ଜୟ ଶାହା ICC ର ଅଧ୍ୟକ୍ଷ ହେବା ପରେ ତାଙ୍କ ସ୍ଥାନ ନେଲେ।ଏହି ସମୟ ଅବଧିରେ BCCI ର ନେତୃତ୍ୱ ନେବା ପାଇଁ ଶୁକ୍ଲାଙ୍କର ବ୍ୟାପକ ପ୍ରଶାସନିକ ଅନୁଭବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବ। ୨୦୨୨ରେ ରୋଜର ବିନ୍ନି ବିସିସିଆଇର ଅଧ୍ୟକ୍ଷ ହୋଇଥିଲେ। ଏବେ ସେ ଅବସର ନେବେ। ଜୁଲାଇ ୧୯ରେ ତାଙ୍କ କାର୍ଯ୍ୟକାଳ ସରୁଛି। ବିସିସିଆଇକୁ ନୂଆ ଅଧ୍ୟକ୍ଷ ନ ମିଳିବା ଯାଏ ଏହି ପଦ ସମ୍ଭାଳିବେ ରାଜୀବ। ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ପୂର୍ବରୁ ବିସିସିଆଇରେ ବଡ଼ ପରିବର୍ତ୍ତନକୁ ନେଇ ସବୁଠି ଚର୍ଚ୍ଚା। ଆସନ୍ତା ୩ ମାସ ଯାଏ ଶୁକ୍ଳା କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ। ରୋଜର ବିନ୍ନି ୧୯୮୩ରେ ଭାରତର ଐତିହାସିକ ଓ୍ୱାର୍ଲଡକପ୍ ବିଜେତା ଟିମର ହିରୋ ଥିଲେ। ସେ ୮ଟି ମ୍ୟାଚରେ ୧୮ ଓ୍ୱିକେଟ ନେଇ ଟୁର୍ଣ୍ଣାମେଣ୍ଟର ସବୁଠୁ ଅଧିକ ଓ୍ୱିକେଟ ନେଇଥିଲେ। ବିନ୍ନି ଭାରତ ଲାଗି ୨୭ ଟେଷ୍ଟ ଓ ୭୨ଟି ଓ୍ୱାନଡେ ଖେଳିଛନ୍ତି। ସେ ମୋଟ୍ ୧୨୪ ଓ୍ୱିକେଟ୍ ନେଇଥିଲେ। ୨୦୨୨ରେ ସୌରଭ ଗାଙ୍ଗୁଲିଙ୍କ ଜାଗାରେ ବିସିସିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ ବିନ୍ନି। କ୍ରିକେଟ ପ୍ରଶାସନକୁ ନୂଆ ଦିଗ ଦେବେ ବୋଲି ଆଶା କରାଯାଉଥିଲା। ବିନ୍ନିଙ୍କ କାର୍ଯ୍ୟକାଳ ୩ ବର୍ଷ ଥିଲା। ଅକ୍ଟୋବର ୨୦୨୫ରେ ସରିବା କଥା। କିନ୍ତୁ ଜୁଲାଇ ୧୯ରେ ବିନ୍ନିଙ୍କୁ ୭୦ ବର୍ଷ ହୋଇଯାଉଛି। ଏପଟେ ୬୫ ବର୍ଷୀୟ ରାଜୀବ ଶୁକ୍ଳାଙ୍କ କ୍ରିକେଟ ସହ ରାଜନୀତିରେ ବି ବେଶ୍ ଅନୁଭବ ରହିଛି। କଂଗ୍ରେସର ରାଜ୍ୟସଭା ସାଂସଦ ଅଟନ୍ତି ରାଜୀବ ଶୁକ୍ଳା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *