ବେଙ୍ଗାଲୁରୁ ଦଳାଚକଟା- ଆରସିବି ମାର୍କେଟିଂ ମୁଖ୍ୟଙ୍କୁ ଆଜି ବି ମିଳିଲାନି ଜାମିନ୍

ବେଙ୍ଗାଲୁରୁ ଦଳାଚକଟା ମାମଲାରେ ଆଜି ବି ଆରସିବି ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେଙ୍କୁ ମିଳିଲାନି ଅଦାଲତି ଆଶ୍ୱସ୍ତି। ଜୁନ୍ ୬ରେ ନିଖିଲ ଗିରଫ ହୋଇଥିଲେ। ଆଇପିଏଲ ଟ୍ରଫି ବିଜେତା ଆରସିବିର ବିଜୟ ଉତ୍ସବରେ ଚିନ୍ନାସ୍ୱାମୀ ଷ୍ଟାଡିଅମରେ ହୋଇଥିବା ଦଳାଚକଟା ଘଟଣାରେ ନିଖିଲଙ୍କୁ ଗିରଫ କରାଯାଇଥିଲା। ଆଜି ରାୟକୁ ସଂରକ୍ଷିତ ରଖିଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଅନ୍ତରୀଣ ଜାମିନ ଲାଗି ଆବେଦନ କରିଥିଲେ ନିଖିଲ। ଏହା ସହ ସୁନୀଲ ମାଥ୍ୟୁ, କିରନ କୁମାର ଏସ, ସାମନ୍ତ ଏନପି ମାଭିନାକେରେଙ୍କ ଜାମିନ ଆବେଦନକୁ ବି ସଂରକ୍ଷିତ ରଖିଛନ୍ତି କୋର୍ଟ। ଏମାନେ ଡିଏନଏ ଏଣ୍ଟରଟେନମେଣ୍ଟ କମ୍ପାନୀର ଇଭେଣ୍ଟ ମ୍ୟାନେଜର ଥିଲେ। ପ୍ରାୟ ୪ ଘଣ୍ଟା ଧରି ଶୁଣାଣୀ ହୋଇଥିଲା। ଜଷ୍ଟିସ ଏସଆର କ୍ରିଷ୍ଣା କୁମାର କହିଛନ୍ତି, ଗୁରୁବାର ଅପରାହ୍ନ ସାଢ଼େ ୨ଟାରେ ଏ ମାମଲାରେ ରାୟ ଦେବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *