ଡେଭିଡ୍ ଓ୍ୱାର୍ଣ୍ଣର ରଚିଲେ ଇତିହାସ। ୧୧ ଚୌକା ଓ ୯ ଛକ୍କା ସହ ୧୩୦ ରନ୍ କରିଲେ। ବିରାଟ କୋହଲିଙ୍କ ରେକର୍ଡ ସହ ବରାବରି କଲେ। ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ବ୍ୟାଟ୍ସମ୍ୟାନ୍ ବିଗ୍ ବେସ୍ ଲିଗ୍ ବିବିଏଲର ୨୧ତମ ମୁକାବିଲାରେ ହୋବାର୍ଟ ହରିକେନ୍ ବିରୁଦ୍ଧରେ ଚମତ୍କାର ଶତକୀୟ ଇନିଂସ ଖେଳି ଇତିହାସ ରଚିଛନ୍ତି। ଏହି ରେକର୍ଡ ସହ କୋହଲିଙ୍କ ଟି -ଟ୍ୱେଣ୍ଟି ରେକର୍ଡର ସମକକ୍ଷ ହୋଇପାରିଛନ୍ତି। ବିବିଏଲ ୨୦୨୫-୨୬ ମ୍ୟାଚରେ ୩୯ ବର୍ଷୀୟ ଓ୍ୱାର୍ଣ୍ଣର ସିଡନି ଥଣ୍ଡର ଲାଗି ଏଭଳି ଧୁଆଁଧାର ବ୍ୟାଟିଂ କରିଛନ୍ତି। ୬୫ ବଲରେ ଅପରାଜିତ ୧୩୦ ରନ୍ କରିଛନ୍ତି। ବିଶ୍ୱର ତୃତୀୟ ସର୍ବାଧିକ ଶତକ କରିଥିବା ଖେଳାଳୀ ତାଲିକାର ସୂଚୀରେ ଏବେ ଓ୍ୱାର୍ଣ୍ଣର। ନିଜର ଟି-ଟ୍ୱେଣ୍ଟି କ୍ୟାରିଅରରେ ନବମ ଶତକ ମାରିଛନ୍ତି। ବିରାଟ ଓ ରାଇଲି ଋଷୋଙ୍କ ସହ ଟି-ଟ୍ୱେଣ୍ଟି ଫର୍ମାଟରେ ତୃତୀୟ ସର୍ବାଧିକ ଶତକ ମାରିଥିବା ଖେଳାଳୀ ସାଜିଲେ। ଏହି ତିନି ଖେଳାଳୀ ଟି-ଟ୍ୱେଣ୍ଟିରେ ୯ଟି ଲେଖାଏଁ ଶତକ ମାରିଛନ୍ତି। ଟି-ଟ୍ୱେଣ୍ଟିରେ ସର୍ବାଧିକ ଶତକ ମାରିବାର ରେକର୍ଡ ୟୁନିଭର୍ସ ବସ ନାଁରେ ଖ୍ୟାତନାମା କ୍ରିସ୍ ଗେଲଙ୍କ ନାଁରେ ରହିଛି। ଯିଏ ୨୨ଟି ଶତକ ମାରିଛନ୍ତି। ଏହି ତାଲିକାରେ ଦ୍ୱିତୀୟରେ ପାକିସ୍ତାନର ବାବର ଆଜମ ଅଛନ୍ତି। ଯିଏ ୧୧ଟି ଟି-ଟ୍ୱେଣ୍ଟି ଶତକ ମାରିଛନ୍ତି। ଡେଭିଡ୍ ଓ୍ୱାର୍ଣ୍ଣର ଟି-ଟ୍ୱେଣ୍ଟି କ୍ୟାରିଅରରେ ଏଯାଏଁ ମୋଟ୍ ୪୨୯ ମ୍ୟାଚ୍ ଖେଳିଛନ୍ତି। ୪୨୮ ପାଳିରେ ୩୬ ରନ୍ ହାରାହାରି ଭିତ୍ତିରେ ୧୩ହଜାର୭୬୯ ରନ୍ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୧୩୫ ରନ୍ ରହିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now