କ୍ରିକେଟକ୍ରୀଡ଼ାରାଜ୍ୟ

ଚେରମୁଳି ଚିତ୍କିସା କରି ଚର୍ଚ୍ଚାରେ ଧୋନି, ବୈଦ୍ୟଙ୍କ ଫିଜ ୪୦ ଟଙ୍କା

ଚର୍ଚ୍ଚାରେ ଟିମ୍ ଇଣ୍ଡିଆର ପୁର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । କେତେବେଳେ ଚର୍ଚ୍ଚା ନିଜର ବାଇକ ସଉକ ପାଇଁ ତ କେତେବେଳେ ହେଲିକପଟର ସଟ ପାଇଁ l କିନ୍ତୁ ଏବେ ଚର୍ଚ୍ଚା ପୁରା ଅଲଗା । ଖେଳ ନୁହେଁ କି ଗ୍ଲାମର ନୁହେଁ କଡକନାଥ ଚାଷରୁ ଚେରମୁଳି ଚିତ୍କିସା କରି ଚର୍ଚ୍ଚାରେ ମାହୀ । ଟିମ ଇଣ୍ଡିଆର ପୁର୍ବତନ ଅଧିନାୟକ ଏମଏସ ଧୋନୀ ଆନ୍ତ୍ରଜାତୀୟ କ୍ରିକେଟରୁ ବହୁ ସମୟରୁ ଅବସର ନେଇସାରିଲେଣି କିନ୍ତୁ ଲୋକପ୍ରିୟତା ଏବେ ବି ରହିଛି । ନିଜର ଦେଶୀ ଲାଇଫଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ଧୋନୀ । ୪୦ ବର୍ଷୀୟ ଧୋନୀ ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଇଁ ଦେଶୀ ଉପାୟରେ ଚିତ୍କିସା କରୁଛନ୍ତି । ରଞ୍ଚି ଠାରୁ ପାଖାପାଖି ୮୦ କିଲୋମିଟର ଦୁର ଲାପୁଙ୍ଗ ଠାରେ ଥିବା ଜମେ ବୈଦ୍ୟଙ୍କ ପରାମର୍ଶରେ ଚିତ୍କିସା କରୁଛନ୍ତି ଧୋନୀ । ଜଙ୍ଗଲ ଜଡିବୁଟୀ ସାହାର୍ଯ୍ୟରେ ପାରମ୍ପରିକ ଉପାୟରେ ଧୋନୀ ଙ୍କ ଚାଲିଚି ଉପଚାର ।

ଖାସ କଥା ହେଉଛି ବୈଦ୍ୟ ମାତ୍ର ୪୦ ଟଙ୍କା ନେଉଛନ୍ତି । କେବଳ ଧୋନୀ ନୁହେଁ ତାଙ୍କ ବାପା ମା ବି ଏହି ବୈଦ୍ୟ ଙ୍କ ପରାମର୍ଶରେ ଚିତ୍କିସା କରିଥାନ୍ତି । କେବେଳ ଅର୍ଗାନିକ ଚାଷ କରି ସେ ଚର୍ଚ୍ଚାରେ । କଡକନାଥ କୁକୁଡା ପାଳୁଛନ୍ତି ଧୋନୀ । ଏହି ଫାର୍ମରୁ ଧୋନୀ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ଗୋଟିଏ କୁକୁଡାର ଦାମ ୨ ଶହ ରୁ ୩ ଶହ ଟଙ୍କା ଥିବା ବେଳେ ଏଥିରେ କୋଲଷ୍ଟ୍ରଲ ମାତ୍ରା କମ ରହିଛି । ଯେଉଁଥିପାଇଁ କି ଗ୍ରାହକ କଡକନାଥ କୁକୁଡା କିଣିବାକୁ ବେଶି ପସନ୍ଦ କରୁଛନ୍ତି । ଧୋନୀ ଙ୍କ ନେତ୍ତୃତରେ ୪ ଥର ଆଇପିଏଲ ଟ୍ରଫି ହାତେଇଛି ଚେନ୍ନାଇ ସୁପର କିଙ୍ଗସ୍ । ଆଇପିଏଲ ରେ ଖେଳିବା ପାଇଁ ଜାରି ରଖିଛନ୍ତି ଧୋନୀ । ୧୫ ଅଗଷ୍ଟ ୨୦୨୦ ରେ ଆନ୍ତ୍ରଜାତୀୟ କ୍ରିକେଟ ରୁ ସନ୍ୟାସ ଗ୍ରହଣ କରିଥିଲେ ଧୋନୀ ।

  • ସ୍ମରିଜିତ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button