ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିବା ପରେ ଇଶାନ କହିଛନ୍ତି – ମୁଁ ଦେଇଥିବା ଫିନିସିଂରେ ମୁଁ ଖୁସି ନୁହେଁ

Spread the love

ତାରୌବା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ଚମତ୍କାର ୭୭ରନ୍ କରିଥିବା ଓପନର୍ ଇଶାନ୍ କିଶାନ୍ କହିଛନ୍ତି ଯେ, ତାଙ୍କ ଅର୍ଦ୍ଧଶତକକୁ ଏକ ବଡ଼ ଆକାର ଦେଇ ପାରିନଥିବାରୁ ସେ ନିରାଶ ହୋଇଛନ୍ତି ।

ଚଳିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏକ ଦିବସୀୟ ଶୃଙ୍ଖଳା ରେ ‘ପ୍ଲେୟାର ଅଫ୍ ଦି ସିରିଜ୍’ ପୁରସ୍କାର ପାଇବା ସମୟରେ ଇଶାନ କହିଛନ୍ତି, ସେଟ୍ ହେବା ପରେ ସେ ବଡ଼ ସ୍କୋର କରିବାକୁ ଚାହୁଁଥିଲେ ।

ଇଶାନ କହିଛନ୍ତି, “ମୁଁ ଦେଇଥିବା ଫିନିସିଂରେ ମୁଁ ଏତେ ଖୁସି ନୁହେଁ । ସେଟ୍ ହେବା ପରେ ମୋତେ ବଡ଼ ସ୍କୋର କରିବାର ଥିଲା। ମୋର ସିନିୟରମାନେ ମୋତେ ଏହା କହିଥିଲେ, ମୁଁ ସ୍ଥିରତାର ସହ ଖେଳି ଏକ ବଡ଼ ସ୍କୋର କରିବା ଦରକାର ଥିଲା । ପରବର୍ତ୍ତୀ ସମୟରେ ମୁଁ ତାହା ଚେଷ୍ଟା କରିବି । ଏହି ସ୍ତରରେ ସେଟ୍ ହେବା ଜରୁରୀ ଅଟେ । ଶେଷ ଖେଳକୁ ଭୁଲିବା ଏବଂ ୦ ରୁ ଆରମ୍ଭ କରିବା ଜରୁରୀ ।

“ଏହି ସ୍ତରରେ ଜିତିବା ସର୍ବଦା ଗୁରୁତ୍ୱପୂର୍ଣ୍ଣ, ଏହି ଖେଳଗୁଡିକରୁ ଶିଖିବା ଜରୁରୀ ଅଟେ । ଆମେ ଶୀଘ୍ର ୱିକେଟ୍ ନେବାକୁ ଚେଷ୍ଟା କରୁଥିଲୁ ଏବଂ କୌଣସି ବଲ୍ କୁ ଯିବାକୁ ଦେଇ ନଥିଲୁ । ସମସ୍ତେ ବହୁତ ସକାରାତ୍ମକ ଦେଖାଯାଉଛନ୍ତି । ମୁଁ ଏଠାରେ କିଛି ଟୁର୍ନାମେଣ୍ଟ ଖେଳିଛି ଏବଂ ଆମେ ଜାଣୁ ଏଠାରେ ୱିକେଟ୍ କିପରି ଖେଳୁଛି । ପ୍ରକୃତରେ ଆଗାମୀ ଟି -୨୦ ବିଶ୍ୱକପ ବିଷୟରେ ଆମେ ଚିନ୍ତା କରୁନାହିୁ । ଆଗାମୀ ଟୁର୍ନାମେଣ୍ଟଗୁଡିକ ଉପରେ ଧ୍ୟାନ ଦେଉଛୁ, ସମସ୍ତେ ଜାଣନ୍ତି ଗୋଟିଏ ଟୁର୍ନାମେଣ୍ଟ ଜଣକ ଜୀବନକୁ କିପରି ବଦଳାଇପାରେ । ଆମେ ବର୍ତ୍ତମାନ କେବଳ ସେହି ଉପରେ ଧ୍ୟାନ ଦେଉଛୁ ।

ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଏହି ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରଥିଲା । ଭାରତ ପାଇଁ ଓପନ୍ କିବାକୁ ଆସିଥିଲେ ଇଶାନ କିଶାନ ଓ ଶୁବମାନ ଗିଲ୍ । ଇଶାନ କିଶାନ ୭୭ ଓ ଶୁବମାନ ଗିଲ ୮୫, ପରେ ସଞ୍ଜୁ ସାମସନ ୫୧ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଙ୍କ ୭୦ (ନଟ୍ ଆଉଟ୍) ଅର୍ଦ୍ଧଶତକୀୟ ଇନିଂସ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ୩୫ ରନ୍ ବଳରେ ୫୦ ଓଭରରେ ୫ ୱିକେଟ୍ ହରାଇ ୩୫୧ ରନ୍ ସ୍କୋର କରିଥିଲା ଭାରତ । ଏହାର ଜବାବରେ ଭାରତୀୟ ବୋଲରମାନେ ୱେଷ୍ଟଇଣ୍ଡିଜକୁ ମାତ୍ର ୩୬ ଓଭରରେ ମାତ୍ର ୧୫୧ ରନ୍ ଦେଇ ଧରାସାୟୀ କରିଦେଇଥିଲେ ।

Leave a Reply

Your email address will not be published. Required fields are marked *