ଆଇସିସି ମହିଳା କ୍ରିକେଟ ବିଶ୍ୱକପରେ କମାଣ୍ଡ ସମ୍ଭାଳିବେ ହରମନପ୍ରୀତି କୌର। ଉପଅଧିନାୟକତ୍ୱର ଭାର ସମ୍ଭାଳିବେ ସ୍ମୃତି ମାନ୍ଧାନା। ଅଷ୍ଟ୍ରେଲିଆ ଗସ୍ତରେ ବାହାରିବାକୁ ଥିବା ୧୫ ଜଣିଆ ଭାରତୀୟ ଟିମ ଘୋଷଣା କରିଛି ସିଲେକ୍ସନ କମିଟି। ସେପ୍ଟେମ୍ୱର ୩୦ରୁ ନଭେମ୍ୱର ୨ ଯାଏ ଏହି ଟୁର୍ଣ୍ଣାମେଣ୍ଟ ହେବ। ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିରୁଦ୍ଧରେ ପ୍ରଥମ ମ୍ୟାଚ୍ ଖେଳିବ ଇଣ୍ଡିଆ. ୨୦୧୭ରେ ଅଳ୍ପକେ ଫାଇନାଲ ମ୍ୟାଚରୁ ଦୂରେଇ ଯାଇଥିଲା ଭାରତ। ଲର୍ଡସ ଗ୍ରାଉଣ୍ଡରେ ଇଂଲଣ୍ଡ ସହ ଥ୍ରିଲିଂ ଫିନିସ୍ ସତ୍ତ୍ୱେ ଦ୍ୱିତୀୟ ଫାଇନାଲ ବିଶ୍ୱକପ ଫାଇନାଲରେ ବାଜିମାତ୍ କରିପାରିଲାନି। ବିଶ୍ୱକପକୁ ନଜରରେ ରଖି ଅଷ୍ଟ୍ରେଲିଆ ସହ ତିନି ଦିନିଆ ଓ୍ୱାନ-ଡେ ସିରିଜ୍ ଖେଳିବ ଭାରତ। ସେପ୍ଟେମ୍ୱର ୧୪, ୧୭ ଓ ୨୦ରେ ଖେଳ ହେବ। ପ୍ରଥମ ଦୁଇଟି ମ୍ୟାଚ୍ ମୁଲାନପୁରରେ ଖେଳାଯିବ ଓ ଫାଇନାଲ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡ଼ିଅମରେ ଖେଳାଯିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now