ୱେଷ୍ଟଇଣ୍ଡିଜକୁ ୨୦୦ ରନରେ ପରାସ୍ତ କଲା ଭାରତ, ୨-୧ ରେ ଭାରତ ସିରିଜ ବିଜେତା

Spread the love

ତାରୌବା : ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଙ୍କ ଚମତ୍କାର ପ୍ରଦର୍ଶନ ସାହାଯ୍ୟରେ, ଭାରତୀୟ କ୍ରିକେଟ୍ ଦଳ ୱେଷ୍ଟଇଣ୍ଡିଜ୍ କୁ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ୨୦୦ ରନ୍ ରେ ପରାସ୍ତ କରି ସିରିଜକୁ ୨-୧ ରେ ଜିତି ନେଇଛି । ତୃତୀୟ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିବା ପରେ ଭାରତ ନିର୍ଦ୍ଧାରୀତ ୫୦ ଓଭରରେ ୩୫୧ ରନ୍ ସ୍କୋର୍ କରିଥିଲା । ୩୫୨ ରନ୍ ର ବିଜୟ ଲକ୍ଷ ହାସଲ କରିବାକୁ ଯାଇ ୱେଷ୍ଟଇଣ୍ଡିଜ୍ ମାତ୍ର ୩୬ ଓଭର ଖେଳି ଅଲ ଆଉଟ ହୋଇୟାଇଥିଲା । ୱେଷ୍ଟଇଣ୍ଡିଜ୍ ମାତ୍ର ୧୫୧ ରନ୍ ସଂଗ୍ରହ କରି ହାଇଥିଲା ଅଲ ଆଉଟ୍ ।

୩୫୨ ରନ୍‌ର ଟାର୍ଗେଟକୁ ପିଛା କରି ୱେଷ୍ଟଇଣ୍ଡିଜ୍ ଦଳର ଭଲ ଆରମ୍ଭ ହୋଇନଥିଲା ଏବଂ କେବେଳ 50ରନ୍ ର ସ୍କୋର୍ ରେ ହିଁ ଦଳର 6 ଜଣ ବ୍ୟାଟ୍ସମ୍ୟାନ୍ ବ୍ରାଣ୍ଡାନ୍ କିଙ୍ଗ ୦୦, କାଇଲ୍ ମାୟର୍ସ ୦୪, ଶାଇ ହୋପ୍ ୦୫, କେସି କାର୍ଟି ୦୬ ଶିମ୍ରନ୍ ହେଟମିର୍ ୦୪ , ଏବଂ ରୋମାରିଓ ଶେଫଡ୍ ୦୮ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଏହା ପରେ ଆଲିକ୍ ଅଥାନାଜେ ୩୨, ଗୁଡାକେଶ ମୋତି ୩୯ (ନଟ ଆଉଟ୍), ଅଲଜାରି ଜୋସେଫ୍ ୨୬ ଏବଂ ୟାନିକ୍ କରିଆ ୧୯ ରନ୍ କରି ଭାରତ ସହ କିଛି ସମୟ ଲଢେଇ କରିବାକୁ ଚେଷ୍ଟା କରିଥିଲେ । ଭାରତ ପାଇଁ ଶାର୍ଦ୍ଦୁଲ ଠାକୁର ୪ , ମୁକେଶ କୁମାର ୩ , କୁଲଦୀପ ଯାଦବ ଏବଂ ଜୟଦେବ ଉନାଦକତ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଭାରତ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଓପନର ଯୋଡି ଇଶାନ କିଶନ ଏବଂ ଶୁବମାନ ଗିଲ୍ ଦଳକୁ ଏକ ଦୃଢ ସ୍ଥତି ପ୍ରଦାନ କରିଥିଲେ । ଉଭୟ ୧୯. ୩ ଓଭରରେ ପ୍ରଥମ ୱିକେଟ୍ ପାଇଁ ୧୪୩ ରନ୍ ଯୋଡିଥିଲେ । ୟାରିକ୍ କରିଆ କିଶାନଙ୍କୁ ୧୯. ୪ ଓଭରରେ ଆଉଟ କରି ଭାରତର ଓପନିଙ୍ଗ ପାର୍ଟନରଶିପ ଭାଙ୍ଗିଥିଲେ। କିଶାନ ୬୪ ଟି ବଲରେ ୮ ଚୌକା ଓ ୩  ଛକା ସହ ୭୭ ରନ୍ ସ୍କୋର କରିଥିଲେ ।

ତେବେ ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ରୁତୁରାଜ ଗାଇକ୍ୱାଡ ବିଶେଷ କିଛି କରିପାରିନଥିଲେ ଏବଂ ମାତ୍ର ୮ ରନ୍ ସ୍କୋର କରି ଆଉଠ ହୋଇଥିଲେ । ଗାଇକ୍ୱାଡଙ୍କ ପରେ ଗିଲ (୮୫), ସଞ୍ଜୁ ସାମସନ ଦୃତ ଗତିରେ ବ୍ୟାଟିଂ କରି ୫୧ ସଙ୍ଗ୍ରହ କରି ଆଉଟ ହୋଇଥିଲେ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବାକୁ  ମଇଦାନକୁ ଓଲ୍ହାଇ ନଟ ଆଉଟ ରହି ଚମତ୍କାର ଅର୍ଦ୍ଧଶତକ ସହ ୭୦  ରନ୍ ହାସଲ କରିଥିଲେ । ଭାରତକୁ ୫୦ ଓଭରରେ ୩୫୧ ରନ୍ ର ବିଶାଳ ସ୍କୋରକୁ ଠିଆ କରିବାରେ ସୂର୍ଯ୍ୟକୁମାର ଯାଦବଙ୍କ ୩୫ ରନର ଯୋଗଦାନ ମଧ୍ୟ ଥିଲା ।

ୱେଷ୍ଟଇଣ୍ଡିଜ୍ ପାଇଁ ରୋମାନିଓ ଶେଫର୍ଡ୍ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ ତାଙ୍କ ବ୍ୟତୀତ ୟାରିକ୍ କରିଆ, ଗୁଡାକେଶ ମୋତି ଏବଂ ଅଲଜାରୀ ଜୋସେଫ୍ ୧-୧ ୱିକେଟ୍ ପାଇଥିଲେ । ଶୁବମାନ ଗିଲ୍ ଙ୍କ ଚମତ୍କାର ୮୫ ରନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଆୱାର୍ଡ ମିଳିଥିବାବେଳେ ପ୍ଲେୟାର ଅଫ୍ ଦ ସିରିଜ୍ ହୋଇଛନ୍ତି ଇଶାନ କିଶନ ।

ଦିନିକିଆ ସିରିଜ୍ ପରେ ଭାରତ ଏବେ ୱେଷ୍ଟଇଣ୍ଡିଜ୍ ସହ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ଯାହା ଆସନ୍ତା କାଲି ଠାରୁ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *