ଟି-୨୦ ଫାଇନାଲରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇଟ୍‌

Spread the love

ଆଜି ଟି-୨୦ ବିଶ୍ୱକପର ଫାଇନାଲ ଫାଇଟ୍‌। ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଟ୍ରଫି ପାଇଁ ହେବ ଟାଇଟଲ ଲଢେଇ। ୧୭ ବର୍ଷ ଇତିହାସରେ ପ୍ରଥମ ଥର ଅପରାଜିତ ଟିମ୍ ହେବ ଚାମ୍ପିଅନ୍। ଆଜି ସନ୍ଧ୍ୟାରେ ବାରବାଡୋସରେ ହେବ ବିଗ୍‌ ଫାଇଟ୍‌। ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପରେ ପ୍ରଥମଥର ଫାଇନାଲକୁ ଯାଇଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି। ତେଣୁ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ସୁପର-୮ରେ ଅଷ୍ଟ୍ରେଲିଆ, ସେମିରେ ଡିଫେଣ୍ଡି ଚାମ୍ପିଅନ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ରୟାଲ ଏଣ୍ଟ୍ରି କରିଛି ଟିମ୍‌ ଇଣ୍ଡିଆ।

Leave a Reply

Your email address will not be published. Required fields are marked *