ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଟେଷ୍ଟ : ଭାରତ ପ୍ରଥମ ଇନିଂସରେ ସଂଗ୍ରହ କରିଛି ୪୩୮ରନ୍, କୋହଲିଙ୍କ ଶତକ, ୱେଷ୍ଟଇଣ୍ଡିଜ୍ ର ମନ୍ଥର ଆରମ୍ଭ

Spread the love

କୋର୍ଟ ଅଫ୍ ସ୍ପେନ୍ : ୱେଷ୍ଟଇଣ୍ଡିଜ୍ କ୍ୱିନ ପାର୍କ ଓଭାଲରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୪୩୮ରନ୍ ସ୍କୋର କରିଛି । ଭାରତ ପାଇଁ ବିରାଟ କୋହଲି ୨୦୬ଟି ବଲ୍ ରେ୧୨୧ ରନ୍ ସହ ତାଙ୍କ କ୍ୟାରିୟରର ୨୯ତମ ଟେଷ୍ଟ ଶତକ ହାସଲ କରିଛନ୍ତି । ରୋହିତ ଶର୍ମା(୮୦), ରବିନ୍ଦ୍ର ଜାଡେଜା(୬୧), ରବିଚନ୍ଦ୍ରନ ଅଶ୍ୱିନ(୫୬) ଏବଂ ଯଶାସୀ ଜୟସ୍ୱାଲ(୫୭) ଅର୍ଦ୍ଧଶତକ ହାସଲ କରିଥିଲେ ।

ଏହାର ଜବାବରେ ଦ୍ୱିତୀୟ ଦିନ ଖେଳ ଶେଷସୁଦ୍ଧା ୱେଷ୍ଟଇଣ୍ଡିଜ୍ ୧ ୱିକେଟ୍ ହରାଇ ୮୬ ରନ୍ ସଂଗ୍ରହ କରିଛି । କ୍ରେଗ୍ ବ୍ରାଥୱାଇଟ୍ ୩୭ ରନ୍ ରେ ଖେଳୁଥିବାବେଳେ କିର୍କ ମ୍ୟାକେଞ୍ଜି୧୪ ରନ୍ ସ୍କୋର କରି ମଇଦାନରେ ଅଛନ୍ତି । ୱେଷ୍ଟଇଣ୍ଡିଜ୍‌ର ଏକମାତ୍ର ୱିକେଟ୍ ତେଗନାରାୟଣ ଚାନ୍ଦପାଲ ରବିନ୍ଦ୍ର ଜାଡେଜାଙ୍କ ଶିକାର ହୋଇଛନ୍ତି । ତେଗନାରାୟଣ ୩୩ ରନ୍ ରେ ଆଉଟ ହୋଇ ପାଭିଲିୟନକୁ ଫୋରିଯାଇଥିଲେ ।

ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କ୍ୟାପଟେନ ରୋହିତ ଶର୍ମା ଏବଂ ଯଶାସୀ ଜୟସ୍ୱାଲ ପୁଣି ଥରେ ଭାରତକୁ ଭଲ ଆରମ୍ଭ କରି ପ୍ରଥମ ୱିକେଟ୍ ପାଇଁ ୧୩୯ ରନ୍ ଯୋଡିଥିଲେ । ଏହି ସ୍କୋରରେ ପ୍ରଥମେ ଜୟସ୍ୱାଲ ଅର୍ଦ୍ଧଶତକୀୟ ୫୭ରନ୍ ର ବ୍ୟକ୍ତିଗତ ଇନିଂସ ଖେଳିବା ପରେ ଜେସନ ହୋଲଡରଙ୍କ ଶିକାର ହୋଇଥିଲେ ।

ଜୟସ୍ୱାଲଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ଶୁବମାନ ଗିଲ ବିଶେଷ କିଛି କରିପାରିନଥିଲେ ଏବଂ ମାତ୍ର ୧୦ ରନ୍ କରି କେମାର ରୋଚଙ୍କ ଶିକାର ହୋଇଥିଲେ । ଗିଲଙ୍କ ପରେ ପେରେ ଦଳୀୟ ୧୫୫ରନ୍ ସ୍କୋରରେ ରୋହିତ ଶର୍ମା ଜୋମେଲ ୱାରିକନ୍ ଙ୍କ ବଲରେ ଆଉଟ ହୋଇ ପାଭିଲିୟନ ପ୍ରତ୍ୟାବର୍ତ୍ତନ କରିଥିଲେ । ତାଙ୍କ ପରେ କ୍ରିଜ୍ ଉପରକୁ ଆସିଥିବା ଅଜିଙ୍କ୍ୟ ରାହାଣେ ମଧ୍ୟ ବିଶେଷ କିଛି କରିନପାରି ମାତ୍ର ୮ରନ୍ କରି ଶାନନ୍ ଗାବ୍ରିଏଲ୍ ଙ୍କୁ  ନିଜର ୱିକେଟ ଦେଇଥିଲେ ।

ଏହା ପରେ ଆରମ୍ଭ ହେଇଥିଲା ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜା ଶୋ । ଦୁହେଁ ମିଶି ଚମତ୍କାର ବ୍ୟାଟିଂ କ୍ରଦର୍ଶନ କରି ଭାରତୀୟ ଦଳର ସ୍କୋରକୁ ୩୦୦ ପାର କରିଥିଲେ । ଇତି ମଧ୍ୟରେ କୋହଲି ନିଜର ଶତକ ଏବଂ ଜାଡେଜା ଅର୍ଦ୍ଧଶତକ ପୂରଣ କରିଥିଲେ । ଉଭୟେ ପଞ୍ଚମ ୱିକେଟ୍ ପାଇଁ ୧୫୯ ରନ୍ ର ପାର୍ଟନରଶିପ୍ ଗଢିଥିଲେ । ଦଳୀୟ ସ୍କୋର ୩୪୧ ରେ ବିରାଟ କୋହଲି ବ୍ୟକ୍ତିଗତ ୧୨୧ ରନ୍ ସ୍କୋର କରି ରନ୍ ଆଉଟ ହୋଇଥିଲେ ।

ପରେ ରବିନ୍ଦ୍ର ଜାଡେଜା ମଧ୍ୟ ୬୧ ରନ୍ ସ୍କୋର କରି କେମାର ରୋଚଙ୍କ ଶିକାର ହୋଇଥିଲେ । ଏହା ପରେ ଇଶାନ କିଶନ ଏବଂ ରବିଚନ୍ଦ୍ରନ ଅଶ୍ୱିନ ସପ୍ତମ ୱିକେଟ୍ ପାଇଁ ୩୩ ରନ୍ ପାର୍ଟନରଶିପ୍ କରିଥିଲେ । ଦଳୀୟ ସ୍କୋର ୩୯୩ ରେ ୨୫ ରନ୍ କରି କିଶନ, ଜେସନ ହୋଲଡରଙ୍କ ଶିକାର ହୋଇଥିଲେ । ଏହାପରେ ଜୟଦେବ ଉନାଦକାଟ(୦୭) ଏବଂ ସିରାଜ(୦) ରନ୍ କରି ଶୀଘ୍ର କ୍ରମାଗତ ଭାବରେ ପାଭିଲିୟନକୁ ଫେରିଥିଲେ । ଭାରତ ସ୍କୋର ୪୩୮ରନ୍ ରେ ପହଞ୍ଚିବା ପରେ କେମାର ରୋଚ୍ ଅଶ୍ୱିନଙ୍କୁ କ୍ଲିନ୍ ବୋଲ୍ଡ୍ କରି ଭାରତୀୟ ଇନିଂସକୁ ଶେଷ କରିଥିଲେ । ଅଶ୍ୱିନ ୫୬ ରନ୍ ର ଅର୍ଦ୍ଧଶତକୀୟ ଇନିଙ୍ଗ୍ସ୍ ଖୋଳିଥିବାବେଳେ ଏହି ମ୍ୟାଚରେ ନିଜର ଡେବ୍ୟୁ କରିଥିବା ମୁକେଶ କୁମାର ବିନା କୌଣସି ରନ୍ ବନାଇ ଅପରାଜିତ ଫେରିଥିଲେ ।

ୱେଷ୍ଟଇଣ୍ଡିଜ୍ ପାଇଁ କେମାର ରୋଚ୍ ଏବଂ ଜୋମେଲ ୱାରିକନ୍ ୩-୩ ଟି ୱିକେଟ ସଂଗ୍ରହ କରିଥିଲାବେଳେ ଜେସନ ହୋଲ୍ଡର ୨ଟି ଏବଂ ଶାନନ ଗାବ୍ରିଏଲଙ୍କୁ ଗୋଟିଏ ୱିକେଟ୍ ସହ ସନ୍ତୁଷ୍ଟ ହେବାକୁ ପଡିଥିଲା ।

Leave a Reply

Your email address will not be published. Required fields are marked *