ଏସିଆନ୍ ଗେମ୍ସ ପାଇଁ ଘୋଷିତ ହେଲା ଭାରତୀୟ ଦଳ, ରୁତୁରାଜ ଗାଇକ୍ୱାଡ ହେବେ ଅଧିନାୟକ

Spread the love

ନୂଆଦିଲ୍ଲୀ : ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ର ପୁରୁଷ ଚୟନ କମିଟି ଏସିଆନ୍ ଗେମ୍ସ ପାଇଁ ରୁତୁରାଜ ଗାଇକ୍ୱାଡଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରିଛି ।

୧୯ ସେପ୍ଟେମ୍ବରରୁ ୮ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଏସିଆନ୍ ଗେମ୍ସ ଅନୁଷ୍ଠିତ ହେବ । ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ୨୮ ସେପ୍ଟେମ୍ବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଟି -୨୦ ଫର୍ମାଟରେ ଜେଜିଆଙ୍ଗ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ପିଙ୍ଗଫେଙ୍ଗ କ୍ରିକେଟ୍ ଫିଲ୍ଡରେ ଅନୁଷ୍ଠିତ ହେବ ।

ଆଇପିଏଲ୍ ୨୦୨୩ ରେ ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂ ଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିଛି । ରିଙ୍କୁଙ୍କ ବ୍ୟତୀତ ଜିତେଶ ଶର୍ମା, ତିଲକ ବର୍ମା ଏବଂ ପ୍ରଭ ସିମ୍ରନ ସିଂ ମଧ୍ୟ ଦଳରେ ସାମିଲ ହୋଇଛନ୍ତି ।

19ତମ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ : – ରୁତୁରାଜ ଗାଇକୱାଡ (ଅଧୀନାୟକ), ଯଶସ୍ୱୀ ଜୈସ୍ୱାଲ, ରାହୁଲ ତ୍ରିପାଠୀ, ତିଲକ ଭର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, ରବି ବିଷ୍ଣୁ, ଆବେଶ ଖାନ, ଆର୍ଶଦୀପ ସିଂ, ମୁକେଶ କୁମାର, ଶିବମ ମାଭି, ଶିବମ ଦୁବେ, ପ୍ରଭ ସମ୍ରନ ସିଂ (ୱିକେଟ୍ କିପର)।

ଖେଳାଳିଙ୍କ ଷ୍ଟାଣ୍ଡବାଇ ତାଲିକା: ୟଶ ଠାକୁର, ସାଇ କିଶୋର, ଭେଙ୍କଟେଶ ଆୟର, ଦୀପକ ହୁଡା, ସାଇ ସୁଦର୍ଶନ

Leave a Reply

Your email address will not be published. Required fields are marked *