ଗୋଟିଏ କପ୍- ଦୁଇ ରାଣୀ। ଉଭୟ ଏହି କପକୁ ହାସଲ ଲାଗି ୧୮ ବର୍ଷ ହେଲା ଅପେକ୍ଷା କଲେଣି। ଜଣେ କିଙ୍ଗ୍ କୋହଲିଙ୍କ ସମର୍ଥନରେ ତ ଆଉ ଜଣେ କିଙ୍ଗ୍ ପଞ୍ଜାବ ଲାଗି। ଆଇପିଏଲ ଫାଇନାଲ ମ୍ୟାଚରେ କିଏ ଏଥର ମାରିବ ବାଜି। କିଏ ନେବ ଟ୍ରଫି। ଆରସିବି ପାଇଁ ଅନୁଷ୍କା ଓ ପଞ୍ଜାବ କିଙ୍ଗସ ପାଇଁ ପ୍ରୀତି ଜିଣ୍ଟାଙ୍କ ଭିତରେ କସରତ ଦେଖିବେ ଫ୍ୟାନ୍ସ। ଏଥର ଆଇପିଏଲ ଟ୍ରଫି କାହା ନାଁରେ। ଉଭୟ ଆରସିବି ଓ ପଞ୍ଜାବ କିଙ୍ଗସ ଚାରି ଥର ଫାଇନାଲକୁ ଗଲେଣି। କିନ୍ତୁ କେବେ ବି ଟାଇଟଲ ହାସଲ କରିପାରିନାହାନ୍ତି। ସେଥିଲାଗି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ହାଇଭୋଲଟେଜ ମ୍ୟାଚକୁ ସମସ୍ତଙ୍କ ନଜର। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମ ଆଇପିଏଲର ବିଟିଂ ହାର୍ଟ ହୋଇସାରିଛି। ଏହି ଷ୍ଟାଡିଅମରେ ୨୦୨୨ ଆଇପିଏଲ ମ୍ୟାଚ ଫାଇନାଲରେ ନୂଆ କରି ଗଠନ ହୋଇଥିବା ଗୁଜରାଟ ଟାଇଟନ୍ସ ବାଜି ମାରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଏହାର ନେତୃତ୍ୱ ନେଇଥିଲେ। ହୋମ୍ ଗ୍ରାଉଣ୍ଡରେ ଫାଇନାଲ ଖେଳି ରାଜସ୍ଥାନ ରୟାଲ୍ସକୁ ହରାଇଥିଲା ଟିମ୍। ୧୩୧ ରନକୁ ଚ୍ୟାଲେଞ୍ଜ କରି ନିଜର ଡେବ୍ୟୁ ଟ୍ରଫି ହାସଲ କରିଥିଲା ଗୁଜରାଟ ଟାଇଟନ୍ସ। ୨୦୨୩ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ଭିତରେ ଫାଇନାଲ ଟକ୍କର ହୋଇଥିଲା। କିନ୍ତୁ ଏହି ମୁକାବିଲାରେ ବର୍ଷା, ଡ୍ରାମା ଓ ଧୋନି ଫ୍ୟାକ୍ଟର କାମ କରିଥିଲା। ବର୍ଷା ଲାଗିରହିବାରୁ ମ୍ଯାଚ୍ ରିଜର୍ଭ ଡେ ରେ ଖେଳାଗଲା। ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ହୋଇଥିଲା। ଆଉ ଡିଏଲଏସ ମେଥଡରେ ଧୋନିଙ୍କ ସିଏସକେ ବାଜି ମାରିନେଇଥିଲା। ୧୭୧ ରନ୍ ଟାର୍ଗେଟ ଥିଲା। ଆଉ ଆଜି ନୂଆ ଚାପ୍ଟର ଲେଖାଯିବ। ଏଥର ଆରସିବି ଓ ପଞ୍ଜାବ କିଙ୍ଗସ ଲଢ଼େଇ। ଆଜି ଯାଏ ଟ୍ରଫି ଭାଗ୍ୟରେ ଜୁଟିନଥିବା ଏହି ଦୁଇ ଟିମ୍ ଟ୍ରଫି ହାତେଇବାକୁ ବ୍ୟାକୁଳ ଅଛନ୍ତି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହାଇଏଷ୍ଟ ସ୍କୋର ହେଉଛି ୨୧୪। ଆଉ ଲୋୟେଷ୍ଟ ସ୍କୋର ହେଉଛି ୧୩୦ ରନ୍। ହାଇଏଷ୍ଟ ବ୍ୟକ୍ତିଗତ ସ୍କୋର ସାଇ ସୁଦର୍ଶନ ୯୬ ରନ୍ କରିିଥିଲେ। ଆଉ ବେଷ୍ଟ ବୋଲିଂ ସ୍କୋର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ରହିଛି। ୪ ଓଭରରେ ୧୭ ରନ୍ ଦେଇ ହାର୍ଦ୍ଦିକ ୩ ଓ୍ୱିକେଟ ନେଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now