ଆଇପିଏଲ-୨୬ ରିଟେନସନ ଓ ରିଲିଜ: ସାମସନ, ସାମି ଓ ଜାଡେଜା

ଆଇପିଏଲ ୨୦୨୬ ପାଇଁ ହେବାକୁ ଥିବା ମିନି ନିଲାମୀ ପୂର୍ବରୁ ଆଜି ସମସ୍ତ ୧୦ ଫ୍ରାଞ୍ଚାଇଜ୍ରୁ ରିଟେନସନ ଓ ରିଲିଜ କରିଥିବା ଖେଳାଳୀଙ୍କ ତାଲିକାକୁ ଆଜି ଦାଖଲର ଶେଷ ଦିନ। କିନ୍ତୁ ତାଲିକା ଦାଖଲ ଆଗରୁ କିଛି ଖେଳାଳୀଙ୍କ ଟ୍ରେଡ୍ ଆରମ୍ଭ ହୋଇଛି। ସଞ୍ଜୁ ସାମସନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ବଡ଼ ଖେଳାଳୀ ଏହି ତାଲିକାରେ ଅଛନ୍ତି। ରାଜସ୍ଥାନ ରୟାଲ୍ସର କ୍ୟାପଟେନ୍ ସଞ୍ଜୁ ସାମସନ ଆଇପିଏଲ ୨୦୨୬ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସରେ ସାମିଲ୍ ହୋଇଯାଇଛନ୍ତି। ଚେନ୍ନାଇ ସୁପର କିଙ୍ଗସ ଅନୁଭବୀ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଓ ଶାମ କରନଙ୍କ ବଦଳରେ ରାଜସ୍ଥାନ ସହ ସାମସନଙ୍କୁ ଟ୍ରେଡ କରିଛି। ରାଜସ୍ଥାନ ଜାଡେଜାଙ୍କୁ ତାଙ୍କର ନିର୍ଦ୍ଧାରିତ ମୂଲ୍ୟ ୧୮ କୋଟି ବଦଳରେ ୧୪ କୋଟି ଓ କରନଙ୍କୁ ୨.୪ କୋଟିରେ ଟ୍ରେଡ୍ କରିଛି। ଆଉ ସାମସନ ୧୮ କୋଟିରେ ଚେନ୍ନାଇ ସହ ଅନୁବନ୍ଧିତ ହୋଇଯାଇଛନ୍ତି। ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଶ୍ରୀଲଙ୍କାର ଦ୍ରୁତ ବୋଲର ମଥିୟା ପଥିରାନାଙ୍କୁ ନିଲାମୀରେ ଦେଖିବାକୁ ମିଳିପାରେ। ସିଏସକେ ପଥିରାନାଙ୍କୁ ରିଲିଜ କରିପାରେ। ଗଲା ସିଜିନରେ ପଥିରାନାଙ୍କୁ ୧୩ କୋଟିରେ କିଣିଥିଲା ସିଏସକେ। ୩ଥରର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସର ଭେଙ୍କଟେଶ ଆୟାରଙ୍କୁ ରିଲିଜ କରିପାରେ ଫ୍ରାଞ୍ଚାଇଜ୍। କେକେଆର ଗଲା ମେଗା ନିଲାମୀରେ ଭେଙ୍କଟେଶଙ୍କୁ ୨୩.୭୫ କୋଟିରେ କିିଣିଥିଲା। ମୁମ୍ୱାଇ ଇଣ୍ଡିଆନ୍ସ ଶାର୍ଦୁଳ ଠାକୁରଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ୨ କୋଟି ଟଙ୍କାରେ ଟ୍ରେଡ୍ କରିଛି। ଅଲରାଉଣ୍ଡର ଶେରଫାନେ ରଦରଫୋର୍ଡଙ୍କୁ ଗୁଜରାଟ ଟାଇଟନ୍ସରୁ ୨.୬ କୋଟିରେ ଟ୍ରେଡ୍ କରିଛି ମୁମ୍ୱାଇ ଇଣ୍ଡିଆନ୍ସ। ସଞ୍ଜୁ ସାମସନଙ୍କୁ ୧୮ କୋଟିରେ , ରବୀନ୍ଦ୍ର ଜାଡେଜାଙ୍କୁ ୧୪ କୋଟିରେ ସିଏସକେରୁ ଟ୍ରେଡ୍ କରିଛି ରାଜସ୍ଥାନ ରୟାଲ୍ସ। ସିଏସକେରୁ ୨.୪ କୋଟିରେ ଟ୍ରେଡ କରିଛି ରାଜସ୍ଥାନ ରୟାଲ୍ସ। ଲକ୍ଷ୍ନୌ ସୁପର ଜାଏଣ୍ଟସ ଅର୍ଜୁନ ତେନ୍ଦୁଲକରଙ୍କୁ ୩୦ଲକ୍ଷ ଟଙ୍କାରେ ମୁମ୍ୱାଇ ଇଣ୍ଡିଆନ୍ସରୁ ଟ୍ରେଡ୍ କରିଛି। ଲେଗ ସ୍ପିନର ମୟଙ୍କ ମାଙ୍କେଡେ ପୁଣି ଥରେ ମୁମ୍ୱାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇଛନ୍ତି। କେକେଆରରୁ ୩୦ଲକ୍ଷ ଟଙ୍କାରେ ମୁମ୍ୱାଇ ମୟଙ୍କଙ୍କୁ ଟ୍ରେଡ୍ କରିଛି। ଲକ୍ଷ୍ନୌ ଟିମ୍ ସନରାଇଜର୍ସ ହାଇଦ୍ରାବାଦରୁ ମହମ୍ମଦ ସାମିଙ୍କୁ ଟ୍ରେଡ କରିଛି। ସମିଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧୦ କୋଟିରେ କିଣିଥିଲା। ଆଉ ଏହି ନିର୍ଦ୍ଧାରିତ ଫି ରେ ହିଁ ସମି ଲକ୍ଷ୍ନୌ ସହ ଯୋଡ଼ିହୋଇଗଲେ। ନିତୀଶ ରାଣାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୪.୨ କୋଟିରେ ରାଜସ୍ଥାନ ରୟାଲ୍ସରୁ ଟ୍ରେଡ୍ କରିଛି। ଦିଲ୍ଲୀ କ୍ୟାପିଟାଲ୍ସର ଡୋନୋଓ୍ୱାନଙ୍କୁ ୧ କୋଟି ଟଙ୍କାରେ ଟ୍ରେଡ୍ କରିଛି ରାଜସ୍ଥାନ ରୟାଲ୍ସ। ଆଇପିଏଲ ନିୟମ ଅନୁସାରେ ଏହି ଟ୍ରେଡ ଓ୍ୱିଣ୍ଡୋ କେବେ ଯାଏଁ ଖୋଲା ରହିବ। ଆଇପିଏଲ ନିୟମାବଳୀ ଅନୁସାରେ, ସିଜିନ ସମାପ୍ତ ହେବା ମାତ୍ରେ ଟ୍ରେଡ ୱିଣ୍ଡୋ ଖୋଲିଯାଏ। ନିଲାମୀର ଗୋଟିଏ ସପ୍ତାହ ଯାଏଁ ଟିମ୍ ଗୁଡ଼ିକ ଟ୍ରେଡ୍ କରିପାରିବେ। ନିଲାମୀ ପରେ ଟ୍ରେଡ ଓ୍ୱିଣ୍ଡୋ ଆଇପିଏଲ ସିଜିନ ଆରମ୍ଭର ମାସକ ପୂର୍ବରୁ ପୁଣି ଥରେ ଖୋଲାଯାଇପାରେ। କିନ୍ତୁ ମିନି ନିଲାମୀରେ କିଣାଯାଇଥିବା ଖେଳାଳୀଙ୍କୁ ଟିମ୍ ଟ୍ରେଡ୍ କରିପାରିବନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *