ଜେଲରେ ଆଇପିଏଲ। ଚୌକା, ଛକାର ବର୍ଷା। ଜେଲରେ ଥିବା ଅନ୍ତେବାସୀଙ୍କୁ ମାନସିକ ଅବସାଦରୁ ଦୂରେଇ ରଖିବା, ସେମାନଙ୍କ ଶାରୀରିକ ସୁସ୍ଥତାର ବିକାଶକୁ ବଜାୟ ରଖିବାକୁ ମଥୁରା ଜେଲ୍ କର୍ତ୍ତୃପକ୍ଷ ଅଭିନବ ଉଦ୍ୟମ କରିଥିଲେ। ଜେଲ୍ ପ୍ରିମିୟଲ ଲିଗ୍ ନାଁରେ ପ୍ରାୟ ମାସେ ହେଲା ଚାଲିଥିଲା ଆଇପିଏଲ ଫର୍ମାଟରେ ଖେଳ। ଗ୍ରୁପ-ଏ ଓ ଗୁପ୍-ବି ନାଁରେ ମୋଟ୍ ୮ଟି ଟିମ୍ କରାଯାଇଥିଲା। ଏଥିରେ ୧୩୦ ଅନ୍ତେବାସୀ ଖେଳାଳୀ ଭାବେ ଅଂଶଗ୍ରହଣ କରିଥିଲେ। ଆଉ ବାକି ଅନ୍ତେବାସୀ ଦର୍ଶକ ସାଜିଥିଲେ। ୧୫ଟି ମ୍ୟାଚ୍ ଖେଳାଯାଇଥିଲା। ବାରାକ୍ ଓ୍ୱାନ, ବାରାକ୍ ଟୁ ରେ ଥିବା ଟିମ୍ ଫାଇନାଲ୍ ଜିତିଥିଲେ। ମ୍ୟାନ ଅଫ ଦି ମ୍ୟାଚ୍ ସାଙ୍ଗକୁ ଅରେଞ୍ଜ କ୍ୟାପ୍, ପର୍ପଲ କ୍ୟାପ୍ ର ଆଓ୍ୱାର୍ଡ ବି ଦିଆଯାଇଥିଲା ଏଥିରେ। ଜେଲ୍ ଅଧୀକ୍ଷକ ଅଂଶୁମାନ ଗର୍ଗ କହିଛନ୍ତି, ଏଭଳି ଖେଳ ଦ୍ୱାରା ଅନ୍ତେବାସୀଙ୍କ ଭିତରେ ଭାଇଚାରା ବି ବଢ଼ୁଛି। ଏହା କେବଳ ଏକ ମ୍ୟାଚ ନୁହେଁ, ବରଂ ଆଶାର ଜିତାପଟ୍ଟ ଓ ଆସ୍ଥାର ରେସ୍। ଜେଲ କମ୍ପାଉଣ୍ଡ ପରିସରରେ ଖେଳ ହୋଇଥିଲା। ପଡ଼ିଆକୁ ବେଲୁନରେ ଡେକୋରେଟ୍ କରାଯାଇଥିଲା। ଅତିଥି ବି ଆସି ଖେଳାଳୀଙ୍କୁ ପ୍ରୋତ୍ସାହିତ କରିବା ସହ ପ୍ରାଇଜ୍ ଦେଇଥିଲେ। କିଛି ଅନ୍ତେବାସୀ ଏଭଳି ଖେଳ ଦ୍ୱାରା ସେମାନେ କେତେ ଖୁସ୍, ତାକି ଜାହିର କରିଥିଲେ।ଏପ୍ରିଲରେ ଆରମ୍ଭ ହୋଇଥିଲା ଜେପିଏଲ-୨୦୨୫। ଏଥିରେ ୧୨ଟି ଲିଗ୍ ମ୍ୟାଚ୍ ଓ ଦୁଇଟି ସେମିଫାଇନାଲ ମ୍ୟାଚ୍ ହୋଇଥିଲା। ଫାଇନାଲ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ନାଇଟ୍ ରାଇଡର୍ସ ଟିମ୍ ଭିତରେ ହୋଇ ଶେଷରେ ନାଇଟ୍ ରାଇଡର୍ସ ଟିମ୍ ବାଜି ମାରିନେଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now