ପାକିସ୍ତାନୀ କ୍ରିକେଟର ଖୁସଦିଲ୍ ଶାହାଙ୍କ ସହ ଫ୍ୟାନ୍ସଙ୍କ ଭୟଙ୍କର ଲଢ଼େଇ। ହାତାହାତି ଯାଏ କଥା ଚାଲିଗଲା। ପାକିସ୍ତାନ ଓ ନ୍ଯୁଜିଲ୍ୟାଣ୍ଡ୍ ଦିନିକିଆ ମ୍ଯାଚ୍ ଭିତରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାର ଭିଡ଼ିଓ ଭାଇରାଲ ହୋଇଛି। ଫ୍ୟାନ୍ସ ଖୁସଦିଲଙ୍କୁ ନେଇ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲା ବେଳେ ଖୁସଦିଲ ବି ସେମାନଙ୍କୁ ମାରିବାକୁ ଉଦ୍ୟତ ହେଉଥିଲେ। ସେପଟେ ପାକିସ୍ତାନ କ୍ରିକେଟ ବୋର୍ଡ ବୟାନ ଜାରି କରି ସଫେଇ ଦେଇଛି। ପିସିବି କହିଛି, ବିଦେଶୀ ଦର୍ଶକଙ୍କ ଦ୍ୱାରା ରାଷ୍ଟ୍ରୀୟସ୍ତରର ଖେଳାଳୀଙ୍କୁ ଏମିତି ଗାଳିଗୁଲଜ ଭାଷାକୁ ନିନ୍ଦା କରୁଛି ପାକିସ୍ତାନ କ୍ରିକେଟ ଟିମ୍ ମ୍ୟାନେଜମେଣ୍ଟ। ମ୍ୟାଚ୍ ବେଳେ ଖେଳାଳୀଙ୍କୁ ଅଭଦ୍ର ଭାଷାରେ ଗାଳି କରାଯାଇଥିଲା। ପାକିସ୍ତାନ ବିରୁଦ୍ଧରେ ନାରାବାଜି ହେବାରୁ ଏହାକୁ ବିରୋଧ କରିଥିଲେ ଖୁସଦିଲ୍। ଏହାର ଜବାବରେ ଆଫଗାନିସ୍ତାନର ଜଣେ ଦର୍ଶକ ଅଧିକ ଅଭଦ୍ର ଭାଷାରେ ଗାଳି କରି ମାମଲାକୁ ଉସୁକାଇଦେଇଥିଲେ। ପାକିସ୍ତାନ ଟିମ୍ ଅଭିଯୋଗ ପରେ ଷ୍ଟାଡିଅମର ଅଧିକାରୀ ଏଥିରେ ହସ୍ତକ୍ଷେପ କରିଥିଲେ ଓ ସଂପୃକ୍ତ ଦର୍ଶକଙ୍କୁ ବାହାରକୁ ବାହାର କରିଦେଇଥିଲେ। ଏ ମ୍ୟାଚରେ ପାକିସ୍ତାନ ହାରିଛି। ନ୍ୟୁଜିଲାଣ୍ଡ ଏହି ସିରିଜ୍ ପୁରା ପୋଛିନେଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now