ଆଇପିଏଲରୁ ଅବସର ନେଲେ ଅଶ୍ୱିନୀ

ଇଣ୍ଡିଆନ କ୍ରିକେଟର ରବୀଚନ୍ଦ୍ରନ ଅଶ୍ୱିନୀ ଆଇପିଏଲରୁ ଅବସର ନେଲେ। ୧୬ ବର୍ଷର କ୍ୟାରିିଅର ପରେ ଅବସର ନେଇଛନ୍ତି ଅଶ୍ୱିନୀ। ୩୮ ବର୍ଷୀୟ ସ୍ପିନର ଅଶ୍ୱିନୀ ଆଇପିଏଲର ଟି-ଟେଣ୍ଟିରେ ୨୨୧ଟି ମ୍ୟାଚ୍‌ ଖେଳି ୧୮୭ ଓ୍ୱିକେଟ୍ ନେଇଛନ୍ତି। ଅବଶ୍ୟ ଅଶ୍ୱିନୀ ସ୍ପଷ୍ଟ କରିଛନ୍ତି, ସେ ଆଇପିଏଲ ସିନା ଖେଳିବେନି। କିନ୍ତୁ ବିଶ୍ୱରେ ଟି-ଟ୍ୱେଣ୍ଟି ଫ୍ରାଞ୍ଚାଇଜ୍ ଲିଗ୍ସ ଲାଗି ଖେଳିବେ। ଚେନ୍ନାଇ ସୁପର କିଙ୍ଗସ ଲାଗି ଅନେକ ଟାଇଟଲ ଆଣିବାରେ ତାଙ୍କ ଯୋଗଦାନ ପ୍ରମୂଖ ରହିଛି। ଅଶ୍ୱିନୀଙ୍କ ଇକୋନୋମି ରେଟ୍ ୭.୨୦ ରହିଛି। ତାଙ୍କର ସର୍ବୋତ୍ତମ ସ୍କୋର ୪ ଓ୍ୱିକେଟରେ ୩୪ ରନ୍ ଦେବା। ଏହା ବ୍ୟତୀତ ୯୮ଟି ମ୍ଯାଚରେ ୮୩୩ ରନ୍ କରିଛନ୍ତି। ସର୍ବାଧିକ ସ୍କୋର ୫୦ ରହିଛି। ଅଶ୍ୱିନୀ ଚେନ୍ନାଇ ସୁପର କିଙ୍ଗସ, ପଞ୍ଜାବ କିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ, ରାଜସ୍ଥାନ ରୋୟାଲ୍ସ ଓ ରାଇଜିଂ ପୁଣେ ସୁପରଜାଏଣ୍ଟସ ଲାଗି ଖେଳିଛନ୍ତି। ପଞ୍ଜାବ କିଙ୍ଗ ଲାଗି କ୍ୟାପଟେନ୍ସି ବି କରିଛନ୍ତି। ଅଶ୍ୱିନୀ ଡିସେମ୍ୱର ୧୮, ୨୦୨୪ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଗାଭା ଟେଷ୍ଟ ପରେ ଇଣ୍ଟରନାସନାଲ କ୍ରିକେଟରୁ ସନ୍ୟାସ ନେବାକୁ ଘୋଷଣା କରିଥିଲେ। ସେତେବେଳେ ଆଇପିଏଲରେ ଖେଳ ଜାରି ରଖିବେ ବୋଲି କହିଥିଲେ। ଯେଉଁଠି ୯ଟି ମ୍ଯାଚରେ ୭ ଓ୍ୱିକେଟ ନେଇ ସେ ୩୩ ରନ୍ କରିଥିଲେ। ୨୦୨୫ରେ ସିଏସକେ ସଂଘର୍ଷ କରୁଥିଲା ବେଳେ ଅଶ୍ୱିନୀ ଅନ୍ୟ ବିବାଦରେ ଫସିଥିଲେ। ନିକଟରେ ଡେବାଲ୍ଡ ବ୍ରେବିସଙ୍କୁ ନେଇ ଟିପ୍ପଣୀ କରିଥିଲେ। ଅଶ୍ୱିନୀ କହିଥିଲେ, ବ୍ରେବିସଙ୍କୁ ଅଧିକ ଟଙ୍କା ଦିଆଯାଇଥିଲା। ପରେ ଏ ପ୍ରସଙ୍ଗରେ ସଫେଇ ଦେଇଥିଲେ। ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ସୁନୀଲ ନରେନ ଓ ପିୟୁଶ ଚାଓ୍ୱଲାଙ୍କ ପରେ ଅଶ୍ୱିନୀ ହେଉଛନ୍ତି ସର୍ବାଧିକ ଓ୍ୱିକେଟ ନେଇଥିବା ଖେଳାଳୀ। ଆଇପିଏଲ ୨୦୨୫ରେ ମେଗା ନିଲାମୀରେ ଅଶ୍ୱୀନିଙ୍କୁ ୯.୭୫ କୋଟିରେ କିଣିଥିଲା ସିଏସକେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *