ବେଙ୍ଗାଲୁରୁ ଦଳାଚକଟା- ଆରସିବି ମାର୍କେଟ ମୁଖ୍ୟଙ୍କୁ ମିଳିଲାନି ଜାମିନ୍

ବେଙ୍ଗାଲୁରୁ ଦଳାଚକଟା ମାମଲାରେ ଆରିସିବି ମାର୍କେଟିଂ ମୁଖ୍ୟଙ୍କୁ ମିଳିଲାନି ଅଦାଲତି ଆଶ୍ୱସ୍ତି। ଜୁନ୍ ୧୧ ଅର୍ଥାତ୍ କାଲି ଯାଏ ରାୟକୁ ସଂରକ୍ଷିତ ରଖିଲେ କୋର୍ଟ। ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଲେ କର୍ଣ୍ଣାଟକ ହାଇକୋର୍ଟ। ନିଖିଲ ନିଜକୁ ନିର୍ଦୋଷ ବୋଲି କହିଥିଲେ। ତାଙ୍କ ଗିରଫଦାରି ବେଆଇନ ବୋଲି କୋର୍ଟକୁ କହିଥିଲେ। କାର୍ଯ୍ୟକ୍ରମର ଆୟୋଜକ ଏହା ସହ କର୍ଣ୍ଣାଟକ ସରକାରଙ୍କୁ ୯ଟି ପ୍ରଶ୍ନ କରିଛନ୍ତି ଅଦାଲତ। ଆଉ ଯାହାର ଉତ୍ତର ଦେବାକୁ ସମୟ ମାଗିଛନ୍ତି ସରକାର। ଆରସିବିର ବିଜୟ ପ୍ୟାରେଡ୍ ନିଷ୍ପତ୍ତି କେବେ ଓ କିଏ ନେଇଥିଲା। ଆଉ କିଏ ଏହାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଟ୍ରାଫିକ ନିୟନ୍ତ୍ରଣ ଲାଗି କି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଲୋକଙ୍କୁ ଓ ଭିଡ଼କୁ ମୁକାବିଲା ଲାଗି କଅଣ ପଦକ୍ଷେପ ହୋଇଥିଲା। ସମାରୋହ ସ୍ଥଳରେ ମେଡିକାଲ ଓ ଅନ୍ୟ ସୁବିଧା ଲାଗି ବ୍ୟବସ୍ଥା ହୋଇଥିଲା କି। ଆହତଙ୍କୁ ତୁରନ୍ତ ମେଡିକାଲ ଚିକିତ୍ସା ଦିଆଯାଇଥିଲା କି। ଆହତଙ୍କୁ ହସ୍ପିଟାଲ ପହଞ୍ଚାଇବାକୁ କେତେ ସମୟ ଲାଗିଥିଲା। ଏଭଳି ଉତ୍ସବ ଆୟୋଜନ ଲାଗି କୌଣସି ଅନୁମତି ନିଆଯାଇଥିଲା କି। ତେବେ ସରକାର ଏହାର ଜବାବ ସିଲ୍ କଭରରେ ଜଲଦି ଦେବେ ବୋଲି କହିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *