ଆଇପିଏଲରେ ଅନେକ ଥର ଖେଳାଳୀ ଆହତ କାରଣରୁ ପ୍ୟାଭିଲିଅନ୍ ଫେରିଯାଆନ୍ତି। ଆଉ ପାଳି ସମାପ୍ତ ପୂର୍ବରୁ ଯଦି ଚାହିଁବେ, ତା ହେଲେ ପୁଣି ବ୍ୟାଟିଂ କରିବାକୁ ଆସିପାରିବାର ନିୟମ ରହିଛି। କିନ୍ତୁ ରିଟାୟାର୍ଡ ଆଉଟରେ ଏମିତି ହୁଏନା। ଏହି ନିୟମ ଅନୁସାରେ ଗୋଟିଏ ଟିମ୍ ନିଜ ବ୍ୟାଟ୍ସମ୍ୟାନଙ୍କୁ ବିନା ଅମ୍ପାୟାରଙ୍କ ଅନୁମତିରେ ପଡ଼ିଆ ବାହାରକୁ ଡାକିପାରିବ। ଆଉ ସଂପୃକ୍ତ ଖେଳାଳୀଙ୍କ ବଦଳରେ ନୂଆ ବ୍ୟାଟ୍ସମ୍ୟାନଙ୍କୁ ପଠାଇପାରିବ। ଯେଉଁ ଖେଳାଳୀ ଥରେ ରିଟାୟାର୍ଡ ଆଉଟ୍ ଘୋଷିତ ହେବେ। ସେ ପୁଣି ଥରେ ପିଚ୍କୁ ଯାଇ ବ୍ଯାଟିଂ କରିପାରିବେନି। ଯଦିଓ ବିରୋଧୀ ଟିମ୍ ଓ ଅମ୍ପାୟାରଙ୍କ ଅନୁମତି ମିଳିବ। ତା ହେଲେ ଯାଇ ରିଟାୟାର୍ଡ ଆଉଟ୍ ବ୍ୟାଟ୍ସମ୍ୟାନ୍ ପୁଣି ବ୍ୟାଟିଂ କରିବାକୁ ଯାଇପାରିବେ। ଏଭଳି ସ୍ଥିତିରେ ସଂପୃକ୍ତ ଖେଳାଳୀଙ୍କୁ ଓ୍ୱିକେଟ୍ ପଡ଼ିବା ଯାଏ ଅପେକ୍ଷା କରିବାକୁ ହେବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now