ଆହତ କାରଣରୁ ଆଇପିଏଲ ଖେଳିପାରିବେନି ଋତୁରାଜ ଗାଏକଓ୍ୱାଡ। ପୁରା ସିଜିନର ଟୁର୍ଣ୍ଣାମେଣ୍ଟ ଖେଳିପାରିବେନି ଋତୁରାଜ। ସେଥିଲାଗି ଚେନ୍ନାଇ ସୁପର କିଙ୍ଗସର ପୁଣି କମାଣ୍ଡ ସମ୍ଭାଳିବେ ଧୋନି। ସିଏସକେ କୋଚ୍ ଷ୍ଟିଫେନ୍ ଫ୍ଲେମିଂ ଏହା ସ୍ପଷ୍ଟ କରିଛନ୍ତି। ଋତୁରାଜ ଅଧିନାୟକତ୍ୱର ଭାର ସହ ଟପ୍ ଅର୍ଡର ବ୍ଯାଟ୍ସମ୍ୟାନ ଥିଲେ। କହୁଣୀରେ ଆଘାତ ଲାଗିବାରୁ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ବାହାରିଯାଇଛନ୍ତି ଗାଏକଓ୍ୱାଡ୍। ସିଏସକେ କ୍ଷେତ୍ରରେ ଏମିତି ଘଟଣା ଦ୍ୱିତୀୟ ଥର ହୋଇଛି। ଫଳରେ ମଝିରୁ କ୍ୟାପଟେନର ଦାୟିତ୍ୱ ଧୋନିଙ୍କୁ ତୁଲାଇବାକୁ ପଡ଼ିଥିଲା। ଆଇପିଏଲ ୨୦୨୨ରେ ରବୀନ୍ଦ୍ର ଜାଡ଼େଜାଙ୍କ ଜାଗାରେ ଧୋନି ଟିମର ଦାୟିତ୍ୱ ନେଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now