ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ ହେବେ ସଞ୍ଜୁ ସାମସନ। ଆଇପିଏଲ ୨୦୨୬ରେ ଭାରତୀୟ କ୍ରିକେଟ ଟିମର ଦମଦାର ଖେଳାଳୀ ସଞ୍ଜୀ ସାମସନ ସିଏସକେ ପକ୍ଷରୁ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ସିଏସକେ ଫ୍ରାଞ୍ଚାଇଜ୍ ସଞ୍ଜୁଙ୍କୁ ନିଜ ଟିମରେ ସାମିଲ୍ କରିବାକୁ ଇଛା ପ୍ରକାଶ କରିଛି ବୋଲି ଖବର ଆସୁଛି। ଇଣ୍ଟରନାସନାଲ କ୍ରିକେଟ ସହ ଆଇପିଏଲରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି ସଞ୍ଜୁ। ଅତୀତରେ ଆଇପିଏଲର କିଛି ସିଜିନରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଆସୁଛନ୍ତି। କିନ୍ତୁ ୨୦୨୬ ଆଇପିଏଲରେ ନୂଆ ଟିମରେ ତାଙ୍କୁ ଦେଖିବାକୁ ମିଳିବ। ସଞ୍ଜୁ ଅଲରାଉଣ୍ଡର ଅଟନ୍ତି। ବ୍ଯାଟ୍ସମ୍ୟାନ ସହ ଓ୍ୱିକେଟକିପିଂ ଓ ଓପନିଂ କରି ଟିମକୁ ସମ୍ଭାଳିବାର ସାମର୍ଥ୍ୟ ଅଛି ତାଙ୍କର। ଯଦିଓ ଆଇପିଏଲ ୨୦୨୫ରେ ସଞ୍ଜୁଙ୍କ ପ୍ରଦର୍ଶନ ଏତେଟା ଭଲ ନଥିଲା। ରାଜସ୍ଥାନ ରୟାଲ୍ସ ପ୍ଲେ ଅଫରେ ବି ନିଜ ସ୍ଥାନ ପକ୍କା କରିପାରିନଥିଲା। ସଞ୍ଜୁ ସାମସନ ୨୦୨୫ ଆଇପିଏଲରେ ୯ଟି ମ୍ୟାଚରୁ ୩୫.୬୩ ହାରରେ କେବଳ ୨୮୫ ରନ୍ କରିପାରିଥିଲେ। ଯେଉଁଥିରେ ଏକ ଅର୍ଦ୍ଧଶତକ ସାମିଲ ଅଛି। ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୬୬ ରନ ଥିଲା। ପୁରା ଆଇପିଏଲ କ୍ୟାରିଅର ଦେଖିଲେ, ସେ ୧୭୭ ମ୍ଯାଚରୁ ୧୩୯.୦୫ ଷ୍ଟ୍ରାଇକ ରେଟରେ ୪୭୦୪ ରନ୍ କରିଛନ୍ତି। ନିଜର ଅଧିନାୟକତ୍ୱ ବଳରେ ୨୦୨୨ରେ ସେ ରାଜସ୍ଥାନ ରୟାଲ୍ସକୁ ଆଇପିଏଲ ଫାଇନାଲ ଯାଏ ନେଇପାରିଥିଲେ। ଆଉ ଚେନ୍ନାଇ ସୁପର କିଙ୍ଗସ କଥା ଯଦି କହିବା, ତାହେଲେ ଆଇପିଏଲ-୨୫ ସିଜିନର ତାଲିକାର ସବୁଠୁ ତଳେ ଥିଲା।ଋତୁରାଜ ଗାଏକଓ୍ୱାଡ଼ଙ୍କ କ୍ୟାପଟେନସିପରେ ଗଲା ସିଜିନରେ ସିଏସକେ ଖରାପ ପ୍ରଦର୍ଶନ କରିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now