ଜୁନ୍ ୪ ତାରିଖରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ରେ ଆୟୋଜିତ ଆରସିବି ଆଇପିଏଲ୍ ବିଜୟ ଉତ୍ସବ ସମୟରେ ହୋଇଥିବା ଦଳାଚକଟା ଘଟଣାରେ ୧୧ ଜଣ ମୃତ୍ୟୁବରଣ କରିିଥିଲା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ପରେ ଏବେ ଆକ୍ସନ ନେଇଛନ୍ତି କର୍ଣ୍ଣାଟକ ସରକାର। ଏହି ଘଟଣାର ତଦନ୍ତ ଲାଗି ମ୍ୟାଜିଷ୍ଟ୍ରେଟ୍ ସ୍ତରୀୟ ଅନୁସନ୍ଧାନ ଆଦେଶ ଦିଆଯାଇଛି। IAS ଅଫିସର ଜି ଜଗଦୀଶ ଏହି ଅନୁସନ୍ଧାନ କରି ୧୪ ଦିନ ମଧ୍ୟରେ ରିପୋର୍ଟ ଦେବେ। ମୃତକଙ୍କ ପରିବାରକୁ ₹୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟା। ଆହତ ଲୋକଙ୍କୁ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ନିଃଶୁଳ୍କ ଚିକିତ୍ସା ଦିଆଯାଉଛି। ଘଟଣାରେ ଭିଡ଼ ପରିଚାଳନାରେ ତ୍ରୁଟି ପାଇଁ ବେଙ୍ଗାଲୁରୁ ପୋଲିସ୍ କମିଶନର୍, ଅତିରିକ୍ତ କମିଶନର୍, ଡିସିପି, ଏସିପି ଓ କବ୍ବନ୍ ପାର୍କ ଥାନାର ଅଧିକାରୀମାଙ୍କୁ ନିଲମ୍ୱିତ କରାଯାଇଛି।ଆରସିବି ଓ ଉତ୍ସବ ଆୟୋଜନ କରିଥିବା DNA ଏଣ୍ଟରଟେନମେଣ୍ଟ ବିରୁଦ୍ଧରେ FIR ରୁଜୁ ହୋଇଛି। ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେ ଓ DNA ଏଣ୍ଟରଟେନମେଣ୍ଟ ଅଧିକାରୀମାନଙ୍କୁ ଗିରଫ କରାଯାଇଛି।ଆରସିବି କ୍ଲବ ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ମଧ୍ୟ ₹୧୦ ଲକ୍ଷ ଦେବା ଘୋଷଣା ହୋଇଛି। ଆହତ ୪୭ ଜଣ ଫ୍ୟାନ୍ସଙ୍କ ପାଇଁ “RCB Cares” ଫଣ୍ଡ ଗଠିତ କରାଯାଇଛି। କର୍ଣ୍ଣାଟକ ହାଇକୋର୍ଟ ଏହି ଦୁର୍ଘଟଣା ପରେ ନିଜ ଆଡ଼ୁ ସଂଜ୍ଞାନ ନେଇଥିଲେ। ଏହାର ଶୁଣାଣୀ ବି ହାଇକୋର୍ଟରେ ଆରମ୍ଭ ହୋଇଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now