ଟି-୨୦ ବିଶ୍ୱକପ କ୍ରିକେଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଭାରତ ତାର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୮ ୱିକେଟରେ ହରାଇଛି । ବିରାଟ କୋହଲୀ ଆଉଟ ହେବା ପରେ ରୋହିତ ଶର୍ମା ଓ ଋଷଭ ପନ୍ଥଙ୍କ ଦମଦାର ବ୍ୟାଟିଂ କରିଥିଲେ । ଆୟରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୯୬ ରନରେ ସମସ୍ତ ୱିକେଟ ହରାଇଥିଲା। ଆଉ ଭାରତ ୧୨ ଓଭର ୨ଟି ବଲରେ ବିଜୟ ପାଇଁ ଆବଶ୍ୟକ ୯୭ ରନ ସଂଗ୍ରହ କରିଥିଲା। ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ୮ଟି ମ୍ୟାଚ ମଧ୍ୟରୁ ସବୁ ମ୍ୟାଚରେ ଭାରତ ବିଜୟୀ ହୋଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now