ଟି-ଟ୍ୱେଣ୍ଟି ବିଶ୍ୱକପରୁ ବାଂଲାଦେଶ ବିଦା..ମହଙ୍ଗା ପଡ଼ିଲା ଜିଦ୍

ମହଙ୍ଗା ପଡିଲା ଜିଦ୍। ଆସନ୍ତା ଟି-ଟ୍ୱେଣ୍ଟିରୁ ବାଂଲାଦେଶ ଆଉଟ୍। ଟି-ଟ୍ୱେଣ୍ଟି ୨୦୨୬ ବିଶ୍ୱକପରୁ ବାଂଲାଦେଶକୁ ବାହାର କରିଦେଲା ଆଇସିସି। ବାଂଲାଦେଶ ଜାଗାରେ ସ୍କଟଲ୍ୟାଣ୍ଡକୁ ମୈଦାନକୁ ଓହ୍ଲାଇବ ଆଇସିସି। ସୁରକ୍ଷା ଚିନ୍ତାର ଆଳ ନେଇ ଭାରତକୁ ଆସିବାକୁ ମନା କରିଥିବା ବାଂଲାଦେଶକୁ ଏଭଳି ଝଟକା ଲାଗିଛି। ଏଭଳି ନିଷ୍ପତ୍ତିରେ ବାଂଲାଦେଶ କ୍ରିକେଟ୍‌ କୋଟି କୋଟି ଟଙ୍କାର କ୍ଷତି ସହିବ। ବାଂଲାଦେଶ ଓ୍ୱାର୍ଲଡ କପ୍ ମୁକାବିଲାରୁ ବାହାରିବାରୁ ସ୍କଟଲ୍ୟାଣ୍ଡର ଲଟେରୀ ଲାଗିଗଲା। ଭାରତ ବଦଳରେ ଶ୍ରୀଲଙ୍କାରେ ବିଶ୍ୱକପ୍ ଖେଳିବାକୁ ପ୍ରସ୍ତାବ ଦେଇଥିଲା ବାଂଲାଦେଶ। ହେଲେ ଏହି ଅନୁରୋଧକୁ ଖାରଜ କରିଦେଇଛି ଆଇସିସି। ବିବାଦର ଜଡ଼ ଥିଲା ବାଂଲାଦେଶର ନିଷ୍ପତ୍ତି। ଭାରତରେ ନିଜରେ ମ୍ୟାଚ୍ ଖେଳିବାକୁ ଆପତ୍ତି ଜାହିର କରିଥିଲା। ବାଂଲାଦେଶ ସରକାର ଓ ବାଂଲାଦେଶ କ୍ରିକେଟ ବୋର୍ଡର ତର୍କ ଥିଲା ଯେ, ଭାରତରେ ତାଙ୍କ ଖେଳାଳୀ ଓ ସମର୍ଥକଙ୍କ ସୁରକ୍ଷା ବିପଦରେ ପଡ଼ିପାରେ। ସେଥିଲାଗି ବିଶ୍ୱକପରେ ଖେଳିବାକୁ ଥିବା ମ୍ୟାଚ୍ ଶ୍ରୀଲଙ୍କାକୁ ସିଫ୍ଟ କରିବାକୁ ଆଇସିସିକୁ ଫେରାଦ୍ ହୋଇଥିଲା। ବାଂଲାଦେଶର ଗ୍ରୁପ ଷ୍ଟେଜର ୪ଟି ଯାକ ମ୍ୟାଚ୍ ଭାରତରେ ଥିଲା। ଏ ଦାବିକୁ ଆଇସିସି ଖାରଜ କରିଦେଇଛି। ବାଂଲାଦେଶକୁ ଭାରତ ଆସି ଖେଳିବାକୁ ଅନ୍ତିମ ଚେତାବନୀ ବି ଦେଇଥିଲା ଆଇସିସି। ଆଉ ବାଂଲାଦେଶରୁ କୌଣସି ସକରାତ୍ମକ ଜବାବ ନ ମିଳିବାରୁ ରାକିଂ ଆଧାରରେ ସ୍କଟଲ୍ୟାଣ୍ଡକୁ ଗ୍ରୁପ-ସିରେ ସାମିଲ୍ କରିବାକୁ ନିଷ୍ପତ୍ତି ନେଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *