ପାକିସ୍ତାନକୁ ବଡ଼ ଅପମାନ। ପାକିସ୍ତାନ ସୁପର ଲିଗ କୁ ହୋଷ୍ଟ କରିବାକୁ ମନା କରିଦେଲା ୟୁଏଇ। ଏମିରେଟ୍ସ କ୍ରିକେଟ ବୋର୍ଡ ପାକିସ୍ତାନ କ୍ରିକେଟ ବୋର୍ଡର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଲା। ଭାରତ-ପାକିସ୍ତାନ ଯୁଦ୍ଧ ସ୍ଥିତି ବେଳେ ପାକିସ୍ତାନ ସୁପର୍ ଲିଗ୍ ବାତିଲ କରି ଏହାକୁ ଏମିରେଟ୍ସରେ କରିବାକୁ ଘୋଷଣା କରିସାରିଥିଲା। କିନ୍ତୁ ମନା କରିଦେଲା। ପାକିସ୍ତାନ ସୁପର ଲିଗର ବାକି ମ୍ୟାଚକୁ ୟୁଏଇ ସଂଯୁକ୍ତ ଆରବ ଏମିରେଟ୍ସରେ କରିବାକୁ କହିଥିଲା ପାକିସ୍ତାନ। ଆଜି ହିଁ ସକାଳେ ପାକିସ୍ତାନ କ୍ରିକେଟ ବୋର୍ଡ ବୟାନ ଜାରି କରି କହିଥିଲା ଯେ, ବାକି ମ୍ୟାଚ୍ ୟୁଏଇରେ କରିବ। କିନ୍ତୁ ପାକିସ୍ତାନକୁ ନିରାଶ ହେବାକୁ ପଡ଼ିଛି। ଗଲା ୮ ତାରିଖରେ ପାକିସ୍ତାନର ରାଓ୍ୱଲପିଣ୍ଡି କ୍ରିକେଟ ଷ୍ଟାଡିଅମରେ ଆକ୍ରମଣ ହୋଇଥିଲା। ସେ ଦିନ ରାତିରେ ରାଓ୍ୱଲପିଣ୍ଡିରେ ପିଏସଏଲର ମ୍ୟାଚ୍ ହେବାର ଥିଲା। ଏହି ମ୍ୟାଚ୍ କରାଚି କିଙ୍ଗସ ଓ ପେଶାଓ୍ୱାର ଜାଲମି ଭିତରେ ଥିଲା। କ୍ରିକେଟ ଷ୍ଟାଡିଅମ ଉପରେ ଆକ୍ରମଣ ହେତୁ ପିଏସଏଲକୁ ୟୁଏଇକୁ ସିଫ୍ଟ କରିବାକୁ ପିସିବି ଘୋଷଣା କରିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now