ପରୀକ୍ଷା ଦେଇପାରିଲେନି ବିସ୍ମୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ

ଦଶମ ପରୀକ୍ଷା ଦେଲେନି ବୈଭବ ସୂର୍ଯ୍ୟବଂଶୀ। ଆଜିଠୁ ସିବିଏସଇ ଦଶମ ପରୀକ୍ଷା ଆରମ୍ଭ ହୋଇଛି। ମାର୍ଚ୍ଚ ୧୧ ଯାଏ ଚାଲିବ। ହେଲେ ଅଣ୍ଡର ୧୯ ବିଶ୍ୱକପରେ କମାଲ ପ୍ରଦର୍ଶନ କରିଥିବା ବୈଭବ ଆଜିର ପରୀକ୍ଷା ଦେଇପାରିଲେନି। ଖେଳରେ ବ୍ୟସ୍ତତା କାରଣରୁ ଏଥର ଦଶମ ପରୀକ୍ଷା ଦେଇପାରିବେ ନା ନାହିଁ ବୈଭବ। ପୋଦ୍ଦାର ଇଣ୍ଟରନାସନାଲ ସ୍କୁଲ ଅଧ୍ୟକ୍ଷ ଏନକେ ସିହ୍ନା କହିଛନ୍ତି, ବୈଭବ ଆଜି ଅନୁପସ୍ଥିତ ରହିଥିଲେ। ସେ ପରୀକ୍ଷା କେନ୍ଦ୍ରକୁ ଆସିନାହାନ୍ତି। ତେବେ ପରବର୍ତ୍ତୀ ପରୀକ୍ଷାରେ ଉପସ୍ଥିତ ରହିବେ ବୋଲି ଆଶା ରହିଛି। ବିହାର ସମସ୍ତିପୁରରେ ସେଣ୍ଟର ପଡ଼ିଛି। ଏବେ ବୈଭବ କମାଲ ଫର୍ମରେ ଅଛନ୍ତି। ନିକଟରେ ଶେଷ ହୋଇଥିବା ଅଣ୍ଡର-୧୯ ବିଶ୍ୱକପରେ ସେ ପୁରା ଟୁର୍ଣ୍ଣାମେଣ୍ଟରେ ସବୁଠୁ ବେଶୀ ରନ୍ କରିଥିବା ଭାରତୀୟ ଥିଲେ। ଆଉ ସର୍ବାଧିକ ସ୍କୋର କରିଥିବା ଦ୍ୱିତୀୟ ଖେଳାଳୀ ଅଟନ୍ତି। ବୈଭବ ୭ ପାଳିରେ ୬୨.୭୧ ହାରରେ ଓ ୧୬୯.୫୦ ଷ୍ଟ୍ରାଇକ ରେଟରେ ୪୩୯ ରନ୍ କରିଥିଲେ। ଗୋଟିଏ ସେଞ୍ଚୁରୀ ଓ ୩ଟି ହାଫ୍ ସେଞ୍ଚୁରୀ ମାରିଥିଲେ। ଫାଇନାଲ ମ୍ୟାଚରେ ତାଙ୍କ ବ୍ୟାଟରୁ ରନ୍ ଗର୍ଜିଥିଲା। ୧୫ ଚୌକା ଓ ୧୫ ଛକା ମାରି ସେ ୮୦ ବଲରେ ୧୭୫ ରନ୍ କରିଥିଲେ। ପ୍ଲେୟାର ଅଫ ଦି ମ୍ୟାଚ୍ ସହ ପ୍ଲେୟାର ଅଫ ଦି ସିରିଜ୍ ହୋଇଥିଲେ। ଏବେ ବୈଭବ ରିୟାନ ପରାଗଙ୍କ କ୍ୟାପଟେନସିପରେ ରାଜସ୍ଥାନ ରୟାଲ୍ସରୁ ଆଇପିଏଲ ୨୦୨୬ରେ ଖେଳିବେ। ବୈଭବ ଆଇପିଏଲ ୨୦୨୫ରେ ୭ ମ୍ୟାଚ୍ ଖେଳି ୨୫୨ ରନ୍ କରିଥିଲେ। ଗୁଜରାଟ ଟାଇଟନ୍ସ ବିରୁଦ୍ଧରେ ୩୫ ବଲରେ ସେ ଶଥକ ମାରି ସମସ୍ତଙ୍କୁ ଚମକାଇ ଦେଇଥିଲେ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *