ଟିମ୍ ଇଣ୍ଡିଆର ବିଜୟ ପରେ ଅବସର ନେଲେ ବିରାଟ-ରୋହିତ

Spread the love

ବିଶ୍ୱକପ୍ ବିଜୟ ପରେ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା । ଫାଇନାଲ ମ୍ୟାଚ ଜିତିବା ପରେ ଉଭୟ ଖେଳାଳି ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏହା ମୋର ଶେଷ ବିଶ୍ୱକପ୍ ବୋଲି କିଙ୍ଗ୍ କୋହଲି କହିଥିବା ବେଳେ ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ଅବସର ନେଉଥିବା କହିଛନ୍ତି ଅଧିନାୟକ ରୋହିତ ଶର୍ମା । ସେ କହିଛନ୍ତି , ଟି-୨୦ରୁ ନିଜ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ବେଳେ ପ୍ରତ୍ୟେକ ମୁହୂର୍ତ୍ତରେ ଏହାକୁ ଉପଭୋଗ କରିଛନ୍ତି । ଟି-୨୦ ଫର୍ମାଟରେ ଦଳକୁ ଚମ୍ପିୟନ କରିବା ପରେ ଏହା ଅବସରର ସଠିକ୍ ସମୟ ବୋଲି ସେ କହିଛନ୍ତି ।ରନ୍ ମେସିନ କୁହାଯାଉଥିବା ବିରାଟ କୋହଲି ୨୦୧୦ ମସିହାରୁ ଟି-୨୦ ଫର୍ମାଟରେ ଡେବ୍ୟୁ କରିଥିବା ବେଳେ ଆଉ ପଛକୁ ଫେରି ଚାହିଁନାହାଁନ୍ତି । ଏହି ଫର୍ମାଟରେ ଅନ୍ତର୍ଜାତୀୟ ସ୍ତରରେ କୋହଲି ୧୨୫ ଟି ମ୍ୟାଚ ଖେଳି ୪ହଜାର ୧୮୮ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୩୮ଟି ଅର୍ଧଶତକ ମଧ୍ୟ ସାମିଲ ରହିଛି । ପୂର୍ବରୁ ଟି-୨୦ ବିଶ୍ୱକପରେ ବିରାଟ ୨୦୧୪ ଏବଂ ୨୦୧୬ ସଂସ୍କରଣରେ ପ୍ଲେୟାର ଅଫ୍ ଦ ଟୂର୍ଣ୍ଣାମେଂଟ ପୁରସ୍କାର ମଧ୍ୟ ପାଇଛନ୍ତି ।

Leave a Reply

Your email address will not be published. Required fields are marked *