କାଲି ଆସିବ ରାୟ: ୟୁଜବେନ୍ଦ୍ର ଚହଲ- ଧନଶ୍ରୀ ବର୍ମା ଛାଡ଼ପତ୍ର ମାମଲା

ୟୁଜବେନ୍ଦ୍ର ଚହଲଙ୍କୁ ମହଙ୍ଗା ପଡ଼ିଛି ଛାଡ଼ପତ୍ର। ଛାଡ଼ପତ୍ର ଦେଇ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ଭରଣପୋଷଣ ବାବଦରେ ୪ କୋଟି ୭୫ ଲକ୍ଷ ଦେବେ। ଏହି ପରିମାଣରୁ ଏଯାଏଁ ୨ କୋଟି ୩୭ଲକ୍ଷ ୫୫ହଜାର ଟଙ୍କା ପୈଠ କରିସାରିଲେଣି ଚହଲ। ବାକି ଟଙ୍କା ପରିବାର ଅଦାଲତର ରାୟ ଆସିବା ପରେ ପୈଠ ହେବ ବୋଲି କୁହାଯାଉଥିଲା। ବାକି ଟଙ୍କା ପୈଠ ହୋଇନଥିବା ହେତୁ ଏହାକୁ ଅଦାଲତ ଅବମାନନା ଭାବେ ବିବେଚନା କରାଯାଇଥିଲା। ମୁମ୍ୱାଇର ବାନ୍ଦ୍ରାର ପରିବାର ଅଦାଲତରେ ଆପୋଷ ସହମତିରେ ପରସ୍ପରଠୁ ଅଲଗା ହେବାକୁ ଫେବୃଆରୀ ୫, ୨୦୨୫ରେ ଛାଡ଼ପତ୍ର ମାମଲା ରୁଜୁ ହୋଇଥିଲା। ଡିସେମ୍ୱର ୨୨, ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଚହଲ ଓ ବର୍ମା। କିନ୍ତୁ ଜୁନ୍ ୨୦୨୨ରୁ ଅଲଗା ରହୁଥିଲେ। ମାର୍ଚ୍ଚ ୨୦ରେ ଛାଡ଼ପତ୍ର ମାମଲାର ଚୂଡ଼ାନ୍ତ ରାୟ ଆସିବ। ବମ୍ୱେ ହାଇକୋର୍ଟ ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟକୁ ଆଦେଶ ଦେଇଛନ୍ତି ଯେ,ଗୁରୁବାର ସୁଦ୍ଧା ଛାଡ଼ପତ୍ର ମାମଲାର ଫୈସଲା କର। ନିଜ ଭିତରେ ମତଭେଦ ଦୂର କରିବାକୁ ପରିବାର ଅଦାଲତ ଉଭୟଙ୍କୁ ୬ ମାସର ମହଲତ ଦିଅନ୍ତି। କିନ୍ତୁ ପରିବାର ଅଦାଲତର ବୈଧାନିକ କୁଲିଂ ଅଫ୍ ଅବଧିକୁ ଖାରଜ କରିଦେଇଛନ୍ତି ବମ୍ୱେ ହାଇକୋର୍ଟ। ଦେଇଥିଲେ। ଚହଲ ଓ ଧନଶ୍ରୀ ୨୦୨୦୦ ଲକଡାଉନ ସମୟରେ ଭର୍ଚୁଆଲରେ ପରସ୍ପରକୁ ଭେଟିଥିଲେ। ଅନଲାଇନ କ୍ଲାସରୁ ହିଁ ଆରମ୍ଭ ହୋଇଥିଲା ଉଭୟଙ୍କ ଭିତରେ ପ୍ରେମ। ମାର୍ଚ୍ଚ ୨୦ରେ ଛାଡ଼ପତ୍ର ମାମଲାର ରାୟ ଆସିବା ପରେ ଚହଲ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ-୨୦୨୫ ରେ ପଞ୍ଜାବ କିଙ୍ଗସ ଲାଗି ଖେଳିବାକୁ ଯିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *