ରାଜନୀତି

ପର୍ଯ୍ୟବେକ୍ଷକ ନିଯୁକ୍ତ ପରେ ଅପରାଜିତା ଭୟଭୀତ: ବିଜେଡି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସଭାପତି ମୋତେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିବା ପରେ ଭୁବନେଶ୍ୱରର ବିଜେପି ସାଂସଦ ଭୟଭୀତ ହୋଇପଡିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର ।

ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଦୀର୍ଘ ୪ବର୍ଷ ପରେ ଶ୍ରୀମତୀ ଷଡଙ୍ଗୀ ଦଳର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରୁଥିବାରୁ ଉତ୍ସାହିତ ଅଛନ୍ତି । ବୋଧହୁଏ ଗତକାଲି ବିଜୁ ଜନତା ଦଳ ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ତାହାର ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ପରେ ସାଂସଦଙ୍କର ଏଭଳି ଅବସ୍ଥା ହୋଇଛି । ସେ ଜଣେ ରାଜନେତା, ଅମଲାତନ୍ତ୍ରି ନୁହଁନ୍ତି, ସେ ନିଜର ଅମଲାତାନ୍ତ୍ରିକ ମାନସିକତାରୁ ବାହାରକୁ ବାହାରନ୍ତୁ । ସେ ଡାକ୍ତରଖାନା ଗୁଡ଼ିକୁ ଯାଇ ରୋଗୀଙ୍କୁ ଭେଟନ୍ତୁ, ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହିତ ସେମାନଙ୍କର ଯତ୍ନ ନିଅନ୍ତୁ । ଯେତେବେଳେ ପ୍ରଶାସନ ଲୋକଙ୍କ ଦୁଆର ମୁହଁକୁ ଯାଇ କାର୍ଯ୍ୟ କରୁଛି, ଯେତେବେଳେ ସମୟସୀମା ମଧ୍ୟରେ ପ୍ରକଳ୍ପ ଗୁଡିକ ମଞ୍ଜୁର ହେଉଛି, କାର୍ଯ୍ୟ ସମୟସୀମା ମଧ୍ୟରେ ସମାପ୍ତ ହେଉଛି, ସାଧାରଣ ଲୋକ ନିଜର ଅଭିଯୋଗକୁ ପ୍ରଶାସନ ନିକଟରେ ପହଞ୍ଚାଇବାକୁସକ୍ଷମହେଉଛନ୍ତି, କଲେଜ ଛାତ୍ରମାନେ ସେମାନଙ୍କ ଅଭିଯୋଗ ଜଣାଇବାରେ ସକ୍ଷମ ହେବା ସହିତ ତତକ୍ଷଣାତ ସମାଧାନ ପାଉଛନ୍ତି, ମନ୍ଦିରଏବଂ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଉଲ୍ଲେଖନୀୟ ବିକାଶ ପ୍ରାପ୍ତ କରୁଛନ୍ତି, ଯାହା ପୂର୍ବରୁ ହୋଇନଥିଲା, ସରକାର ଏଭଳି ଜନମଙ୍ଗଳ ଶାସନ କରୁଛନ୍ତି ସେତେବେଳେ ସେ କାହିଁକି ଡରୁଛନ୍ତି?

ଶ୍ରୀମନ୍ଦିର କାର୍ଯ୍ୟକୁ ବନ୍ଦ କରିବା ପାଇଁ ସେ ଯେଉଁଡ୍ରାମା କରିଥିଲେ ତାହା ଲୋକମାନେ ଦେଖିଛନ୍ତି । ଏକାମ୍ରଲିଙ୍ଗ ରାଜକ୍ଷେତ୍ର ଏବଂ ସେବାୟତମାନଙ୍କର ବିକାଶ କାର୍ଯ୍ୟକୁ ଅଟକାଇବା ଏବଂବିଳମ୍ବ କରିବା ପାଇଁଲୋକମାନେ ଆଦୌ କ୍ଷମାକରିବେ ନାହିଁ । ଯେଉଁ ଉତ୍ସାହର ସହିତ ଶ୍ରୀମନ୍ଦିର ପ୍ରକଳ୍ପକୁ ବନ୍ଦ କରିବାକୁ ଯାଇଥିଲେ ଏବଂ ଓଡ଼ିଶାର ଆରାଧ୍ୟ ଦେବତାଙ୍କ ମନ୍ଦିର ବିକାଶ କାର୍ଯ୍ୟକୁ ଅଟକାଇବାକୁ ପଦଯାତ୍ରା କରିଥିଲେ ଲୋକେ ତାହାକୁ ମନେ ରଖିଛନ୍ତି ।

ଲୋକମାନେ ସେମାନଙ୍କ ପାଇଁ କାମ କରିବାକୁ ଆପଣଙ୍କୁ ଭୋଟ ଦେଇଛନ୍ତି, ସେମାନଙ୍କ ସ୍ୱାର୍ଥର ବିରୁଦ୍ଧରେ ନୁହେଁ । ଭୁବନେଶ୍ୱରରେ ଜାତୀୟ ରାଜପଥ ଦ୍ୱାରା ସୃଷ୍ଟି ହୋଇଥିବା ଜଳବନ୍ଦୀ ଅବସ୍ଥାକୁ ସମାଧାନ କରିବାରେ ସେ ସକ୍ଷମ ହୋଇଛନ୍ତିକି? କ୍ୟାପିଟାଲ୍ରିଙ୍ଗ୍ରୋଡ୍ଏବେ ମଧ୍ୟ କାଗଜ କଲମରେ ଅଛି । ମଡେଲ ରେଳ ଷ୍ଟେସନ କିମ୍ବା ଉପକୂଳ ରାଜପଥ ସବୁକିଛି ଅଦୃଶ୍ୟ ଅବସ୍ଥାରେ ।

ନିଜର ଅପାରଗତା ଏବଂ ଅବହେଳାକୁ ଘୋଡାଇବା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରନ୍ତୁ ନାହିଁ ଯିଏକି ସକ୍ରିୟ ଭାବେ ଲୋକଙ୍କ ପାଇଁ କାମ କରୁଛନ୍ତି । ଆପଣ କେବଳସାଂସଦ ଭାବରେ କ୍ଷମତା ପାଇଛନ୍ତି ଏବଂ ଓଡିଶାର ବିକାଶକୁ ଅଟକାଇବା ସହିତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି । ଲୋକମାନେ ସବୁ ଦେଖୁଛନ୍ତିଏବଂ ଆପଣଙ୍କର ଆଇଏଏସ ଜ୍ଞାନ ସେମାନଙ୍କୁ ବୋକା ବନାଇ ପାରିବନାହିଁ । ଲୋକମାନେ ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଯେଉଁ ପରିବର୍ତନ ଚାହୁଛନ୍ତିଏବଂ ମହିଳାମାନେ ସେମାନଙ୍କର ସଶକ୍ତିକରଣ ପାଇଁ ଯେଉଁ ପରିବର୍ତନ ଆବଶ୍ୟକ କରୁଛନ୍ତି ତାହା ମଧ୍ୟକୁ ସେମାନେ କାହାରିକୁ ଆସିବାକୁ ଦେବେ ନାହିଁ ବୋଲି ଶ୍ରୀମତୀ ମିଶ୍ର ଦୃଢ ଭାବେ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button