
କଟକ: ଗୋମାଂସ ବୋଝେଇ ଗାଡ଼ି ଜବତ। ନିଆଳୀ ଥାନା ଫୁଲନଖରା ନିଆଳି ୬୦ ନମ୍ବର ରାଜ୍ୟ ରଜପଥର କଙ୍କଡାହୁଡ଼ା ଛକ ଠାରେ ସ୍ଥାନୀୟ ଲୋକେ ଗାଡ଼ିକୁ ଧରି ପୋଲିସ ଜିମା ଦେଇଛନ୍ତି। ନିଆଳିରୁ ଗାଡ଼ିଟି ଆନ୍ଧ୍ର ଯାଉଥିବା ସୂଚନା ମିଳିଛି। ଗାଡ଼ିରେ ପ୍ରାୟ କୋଡିଏ କୁଇଣ୍ଟାଲ ଗୋମାଂସ ଥିବା ଅନୁମାନ କରାଯାଉଛି। ଦୀର୍ଘଦିନ ଧରି ଏପରି ଚାଲାଣ ହେଉଥିବା ବେଳେ ପୋଲିସ ମାସିକିଆ ବଟିନେଇ ଚୁପ୍ ରହୁଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ଡ୍ରାଇଭର ଓ ଗୋମାଂସ ଚାଲାଣକାରୀ ଚମ୍ପଟ ମାରିଥିବା ବେଳେ ନିଆଳି ପୋଲିସ ଗାଡ଼ିକୁ ଜବତ କରିଥିବା ସୂଚନା।