ଅପରାଧଘଟଣା

ପୁଅକୁ ଥାନାରେ ପିଟି ପିଟି ମାରିଦେଲା ପୋଲିସ; ପାରାଦୀପରେ ହାଜତ ମୃତ୍ୟୁ ଅଭିଯୋଗ

ପାରାଦୀପରେ ହାଜତ ମୃତ୍ୟୁ ଅଭିଯୋଗ । ମୃତ୍ୟୁକୁ ନେଇ ସନ୍ଦେହ ଥିବା ବେଳେ, ପୋଲିସ ମାଡରେ ଯୁବକଙ୍କ ମୃତ୍ୟୁର ଅଭିଯୋଗ ଆଣିଛନ୍ତି କରିଛନ୍ତି ପରିବାର ଲୋକେ । ମୃତକ ହେଲେ ପାରାଦୀପ୍ ଅଠରବାଙ୍କୀ ର ମନୋରଞ୍ଜନ ବେଡି। ପାରାଦୀପ ଅଭୟଚାନ୍ଦପୁର ପୋଲିସ ବ୍ରାଉନସୁଗାର ବେପାରକୁ ନେଇ କିଛି ସୂଚନା ପାଇଥିଲା । ବ୍ରାଉନସୁଗାର ବେପାରୀ ଆସୁଥିବା ନେଇ ଖବର ପାଇବା ପରେ ରଙ୍ଗିଆଗଡ ପୋଲ ନିକଟରେ ଜଗି ରହିଥିଲା । ଏହି ସମୟରେ ଦୁଇ ଜଣ ଯୁବକ ବାଇକରେ ଦ୍ରୁତ ଗତିରେ ଯାଉଥିବା ଦେଖି ପୋଲିସ ଗାଡିଟିକୁ ଅଟକାଇଥିଲା ।

ଦୁଇ ଯୁବକଙ୍କ ପାଖରୁ ବ୍ରାଉନ ସୁଗାର ଜବତ କରିଥିଲା ପୋଲିସ । ଏହି ସମୟରେ ବାଇକ ପଛରେ ବସିଥିବା ଯୁବକ ମନୋରଞ୍ଜନ ଜୋରରେ ଦୌଡ଼ିବାକୁ ଲାଗିଲେ । ପୋଲିସ ତାଙ୍କ ପିଛା କରିବା ସମୟରେ ସେ ପୋଲ ନିକଟରେ ବାଡେଇ ହୋଇ ତଳେ ପଡିଯାଇଥିଲେ । ପୋଲିସ ଉଦ୍ଧାର କରି ପ୍ରଥମେ ଅଠରବାଙ୍କି ଓ ପରେ ଜଗତସିଂହପୁର ମେଡିକାଲ ନେଇଥିଲା । ଜଗତସିଂହପୁର ମେଡିକାଲରେ ଡାକ୍ତର ମନୋରଂଜନକୁ ମୃତ ଘୋଷଣା କରିଥିଲେ । ତେବେ ଏହି କଥାକୁ ବିଶ୍ୱାସ ନକରି ପୋଲିସ ମନୋରଞ୍ଜନକୁ ବାଡେଇ ବାଡ଼େଇ ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଢିଙ୍କିଆରେ ସାଧାରଣ ଲୋକଙ୍କୁ ମାଡ ଓ ପୁରୀ ବାସେଳୀ ସାହି ହାଜତ ମୃତ୍ୟୁ ବିବାଦରେ ଛନ୍ଦି ହୋଇଥିବା ଅଭୟଚାନ୍ଦପୁର ଥାନା ଆଇଆଇସି ଜୀବନ ଜେନାଙ୍କ ଏହା ଆଉ ଏକ କଳାକାରନାମା ବୋଲି ସାଧାରଣରେ ଆଲୋଚନା ହେଉଛି ।

Related Articles

Leave a Reply

Your email address will not be published.

Back to top button