ଅପରାଧଯାଜପୁର

ଚୋରି ମାମଲାରେ ୩ ଗିରଫ

ଜୟପୁର : ଚୋରି ମାମଲାରେ ୩ଜଣ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଗୋପବନ୍ଧୁ ନଗରର ଅନିଲ ବାଘ (୨୮) ଭୁପତି ସାହିର ପି.ଭି. ସନ୍ତୋଷ ରାଜୁ ଓ ମିଲ ସାହିର ରାଜା ଚୈଧୁରୀ (୪୨) । ପୋଲିସ ସୁଚନା ଅନୁଯାଇ ଜୟପୁର ମୁଖ୍ୟ ରାସ୍ତାରେ ଥିବା ଟେଲିଫୋନ ଭବନରୁ ବ୍ୟାଟେରି, କେବୁଲ ଆଦି ଚୋରି ହୋଇଥିଲା । ଏନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କିର ତଦନ୍ତ ଆରମ୍ବ କରିଥିଲା । ତଦନ୍ତ ରେ ଜାଣି ପୋଲିସ ଗୋପବନ୍ଦୁ ନଗରର ଅନିଲ ବାଘ (୨୮) ଭୁପତି ସାହିର ପି.ଭି. ସନ୍ତୋଷ ରାଜୁ ଗିରଫ କରିଥିଲା । ୨ ଅଭିଯୁକ୍ତ ଚୋରି କରି ମିଲ ସାହିର ରାଜା ଚୈଧୁରୀ (୪୨) କୁ ବିକ୍ରୟ କରିଥିଲେ । ଏନେଇ ପୋଲିସ ରାଜା କୁ ରାଜା କୁ ମଧ୍ୟ ଗିରଫ କରିଥିଲା । ୩ ଅଭିଯୁକ୍ତକୁ ଗିରଫ କରି ଚୋରି ସାମଗ୍ରୀକୁ ଜବତ କରି କୋର୍ଟ ଚାଲାଣ କରିଥିବା ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button