ଅପରାଧ

ଗଞ୍ଜେଇ ଚାଲାଣ ବେଳେ ଚଢାଉ, ୩ ଗିରଫ

ଜୟପୁର : ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢାଉ କରିଛି । ଏହି ମାମଲାରେ ୩ ଜଣକୁ ଗିରଫ କରିଛି । ଜୟପୁର ସଦର ଥାନା ଅନ୍ତର୍ଗତ ପାତ୍ରପୁଟ ଠାରେ ଚଢାଉ କରିଥିଲା । ଟିଭିଏସର ସ୍ଲୁଟିରେ ଜଡମ୍ବା ଗ୍ରାମରୁ ୩୩ କେଜି ଗଞ୍ଜେଇ ଆଣି ଚାଲାଣ କରୁଥିଲେ । ଅଧିକା ଦରରେ ବିକ୍ରୟ ପାଇ ରାୟପୁର ଚାଲାଣ କରୁଥିବା ପୋଲିସ ତଦନ୍ତ ଜାଣିବାକୁ ପାଇଛି । ଚଢାଉ କରି ୩୩ କେଜି କେଜି ଗଞ୍ଜେଇ, ସ୍କୁଟି ଗାଡି, ୨ଟି ମୋବାଇଲ ଜବତ କରି ୩ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ ନବରଙ୍ଗପୁର ଜିଲା ଧଣ୍ଡରା ଗ୍ରାମର ଅଭୟ ହରିଜନ (୨୧) ବୋରିଗୁମ୍ମା ଥାନା ପୋଡାଗୁଡା ଗ୍ରାମର ରଘୁ ନାଥ ହରିଜନ (୨୩) ମାଲକାନଗିରି ଜିଲାର ତବଲାଗୁଡା ଗ୍ରାମର ଗୁରୁ ମୁତି ହନ୍ତାଳ (୨୦) । ୩ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button