ଓଡ଼ିଶା

ପିଣ୍ଟୁଙ୍କ ଶେଷକୃତ ସମ୍ପନ୍ନ

() ପଞ୍ଚଭୂତରେ ବିଲୀନ ହେଲେ ପିଣ୍ଟୁ ନନ୍ଦ । ରୀତି ନୀତି ଅନୁସାରେ ପୁରୀ ସ୍ବର୍ଗଦ୍ବାରରେ ପିଣ୍ଟୁଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଏହା ପୂର୍ବରୁ ପିଣ୍ଟୁଙ୍କ ମରଶରୀର କଳାରାହାଙ୍ଗସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା। ପରେ ସେଠାରୁ ଆଚାର୍ଯ୍ୟ ବିହାର କ୍ଲବରେ ଶେଷ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ବନ୍ଧୁ ପରିଜନ, ସାଥି କଳାକାର ଓ ଶୁଭେଚ୍ଛୁ।

ପଞ୍ଚଭୂତରେ ବିଲୀନ ହେଲେ ପିଣ୍ଟୁ ନନ୍ଦ। ପୁରୀ ସ୍ୱର୍ଗଦ୍ୱାରରେ  ସମ୍ପନ୍ନ ହେଲା ଅଭିନେତା ଶେଷ କୃତ୍ୟ l ତାଙ୍କ ବଡ଼ ପୁଅ ସାଇ ନନ୍ଦ ଦେଇଛନ୍ତି ମୁଖାଗ୍ନି l ଗୁରୁବାର ପିଣ୍ଟୁଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିବାପରେ ଏକ ଘରୋଇ ମେଡିକାଲ ନିଆଯାଇଥିଲାl ପରେ ପିଣ୍ଟୁ ଙ୍କ ମର ଶରୀର ତାଙ୍କ ବାସଭବନ ନିଆଯାଇଥିଲା l ଏବଂ ସେଠାରେ ଆତ୍ମୀୟ ସୌଜନ୍ୟ ଶେଷ ଦର୍ଶନ କରିବା ପରେ ପୁରୀ ସ୍ୱର୍ଗଦ୍ଵାରକୁ ଅଣାଯାଇଥିଲା l ପୁରୀ ସ୍ବର୍ଗଦ୍ୱାରରେ ଅଭିନେତା ପିଣ୍ଟୁଙ୍କ ବନ୍ଧୁ ପରିଜନଙ୍କ ସମେତ ଅନେକ ଶୁଭେଚ୍ଛୁ ପହଁଚିଥିଲେ । ପିଣ୍ଟୁ ନନ୍ଦ ଙ୍କ ବଡ଼ ପୁଅ ମୁଖାଗ୍ନି ଦେବା ସମୟରେ ଉପସ୍ଥିତ ଲୋକଙ୍କ ଆଖିରୁ ଲୁହ ଝରିପଡୁଥିଲା l ଯେମିତି ଏକ ପ୍ରକାର ସ୍ତବ୍ଧ ହୋଇଯାଇଥିଲା ସ୍ବର୍ଗଦ୍ୱାର l

ଗତ ବୁଧବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁଙ୍କର ମୃତ୍ୟୁ ହୋଇଥିଲା। ପିଣ୍ଟୁଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିବା ବେଳେ ଡୋନର ମିଳି ନଥିଲେ। ଫଳରେ ଚିକିତ୍ସାରେ ବିଳମ୍ବ ହୋଇଥିଲା। ଗତ କିଛିଦିନ ତଳେ ତାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଲିଭର ଡୋନର ନ ମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା l ହେଲେ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ପିଣ୍ଟୁ l

ପିଣ୍ଟୁଙ୍କୁ ହରାଇ ଦୁଃଖରେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ପିଣ୍ଟୁଙ୍କ ପରିବାର । ତାଙ୍କ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ଖେଳିଯାଇଛି ଶୋକର ଛାୟା । କାରଣ ଆଉ ପରଦାରେ ଦେଖିବାକୁ କି ଶୁଣିବାକୁ ମିଳିବନି ତାଙ୍କ ପ୍ରିୟ କଳାକାରଙ୍କ ସଂଳାପ ।

ଭୁବନେଶ୍ବରରୁ ଅକ୍ଷୟ ମହାରଣାଙ୍କ ସହ ପୁରୀରୁ ଶିବପ୍ରସାଦ ଦାସଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button