ଅପରାଧଜାତୀୟ

ମୋ ବିରୋଧରେ ସବୁ ଅଭିଯୋଗ ସତ ନୁହେଁ

ନୂଆଦିଲ୍ଲୀ: କୋର୍ଟ ଶ୍ରଦ୍ଧା ହତ୍ୟା ଘଟଣାରେ ଅଭିଯୁକ୍ତ ଅଫତାବ ପୁନାୱାଲାର ପୁଲିସ ରିମାଣ୍ଡକୁ ଆଉ ୪ ଦିନ ପାଇଁ ବଢାଇଛନ୍ତି। ଭର୍ଚୁଆଲ ମୋଡରେ ମଙ୍ଗଳବାର  ଅଫତାବକୁ କୋର୍ଟରେ ହାଜର କରିଛି ପୁଲିସ। ଏହି ସମୟରେ ପୁଲିସ ଅଫତାବକୁ ପୁଣି ନିଜ ରିମାଣ୍ଡ ପାଇଁ ଅନୁମତି ମାଗିଥିଲା। ଏପର୍ଯ୍ୟନ୍ତ ପୁଲିସ ତଦନ୍ତ ଚାଲିଛି। ହତ୍ୟାକୁ ନେଇ ପୁଲିସ ନିଷ୍କର୍ଷରେ ପହଞ୍ଚି ନ ଥିବାରୁ ଆଫତାବକୁ ଆଉ କିଛି ଦିନ ନିଜ କଷ୍ଟଡିରେ ରଖିବାକୁ ଅନୁମତି ଚାହିଁଥିଲା।

ମଙ୍ଗଳବାର କୋର୍ଟଙ୍କ ସମ୍ମୁଖରେ ହାଜର ବେଳେ ଆଫତାବ କହିଛନ୍ତି, ମୋ ଉପରେ ଯାହା କିଛି ଅଭିଯୋଗ ଲଗାଯାଉଛି ସେସବୁ ସମ୍ପୂର୍ଣ୍ଣ ରୂପେ ସତ ନୁହେଁ। ତେବେ ମୁଁ ରାଗରେ ଶ୍ରଦ୍ଧାକୁ ହତ୍ୟା କରିଥିଲି ବୋଲି ଆଫତାବ ସ୍ବୀକାର କରିଛି। ହେଲେ ଘଟଣାକୁ ବହୁ ଦିନ ବିତିଯାଇଥିବାରୁ ସବୁ କିଛି ଠିକ ରୂପେ ମନେ ପକାଇ ପାରୁନାହିଁ। କିନ୍ତୁ ପୁଲିସକୁ ଯାଞ୍ଚରେ ସହଯୋଗ କରୁଛି ବୋଲି କହିଛି ଅଭିଯୁକ୍ତ।

ସେପଟେ ମାମଲାରେ ବ୍ୟବହୃତ ଆରି ଓ ଅନ୍ୟ ହତିଆର ଏପର୍ଯ୍ୟନ୍ତ ପୁଲିସକୁ ମିଳିନାହିଁ। ଏମିତି କି ଶ୍ରଦ୍ଧାର ମୁଣ୍ଡର ବହୁ ଅଂଶ ମଧ୍ୟ ପୁଲିସ ପହଞ୍ଚରୁ ବାହାରେ ରହିଛି। ଖାଲି କିଛି ହାଡ ଓ ମାଢି ପୁଲିସକୁ ମିଳିଛି। ଶ୍ରଦ୍ଧାର ପୋଷାକ, ମୋବାଇଲ ଫୋନ ମଧ୍ୟ ପୁଲିସ ଠାବ କରିପାରି ନାହିଁ। ଏହାକୁ ନେଇ ଯାଞ୍ଚରେ ଆଫତାବ ସମ୍ପୂର୍ଣ୍ଣରୂପେ ସହଯୋଗ କରୁ ନ ଥିବା ଅଭିଯୋଗ କରିଛି ପୁଲିସ।

ତେଣୁ ସତ ଉଗାରିବାକୁ ଆଫତାବର ନାର୍କୋଟେଷ୍ଟ ହେବାକୁ ଥିବାରୁ ତା ପୂର୍ବରୁ ହୁଏତ ମଙ୍ଗଳବାର ଦିନ ପଲିଗ୍ରାଫ ଟେଷ୍ଟ ହେବାର ସମ୍ଭାବନା ରହିଛି।

Related Articles

Leave a Reply

Your email address will not be published.

Back to top button