ଅପରାଧଜାତୀୟ

ନିଜ ବେକ କାଟି ପୋଲିସକୁ ଆକ୍ରମଣକଲେ ଯୁବକ

ନୂଆଦିଲ୍ଲୀ: ରାଗରେ ଜର୍ଜରିତ ଅବସ୍ଥାରେ ନିଜ ବେକ କାଟି ଯୁବକ ଘଟାଇଲେ ଉନ୍ମତ୍ତ କାଣ୍ଡ। ଯାହାର ସିସିଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପରି ଦୃଶ୍ୟ ଆସିଛି ରାଜଧାନୀ ଦିଲ୍ଲୀର ଏମ୍ ଏମ୍ ପାର୍କ ଅଞ୍ଚଳ ନାଥୁରାମ କଲୋନୀ ଛକରୁ । ଯୁବକଙ୍କୁ କାବୁ କରିବାବେଳେ ପୋଲିସ ଉପରେ କରିଥିଲେ ପାଲଟା ଆକ୍ରମଣ କରିବାକୁ ପଛାଇ ନ ଥିଲେ ଯୁବକ ।

ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ 6 ଟା ସମୟରେ ଜଣେ ଯୁବକ ନିଜ ଗଳାକୁ ଛୁରିରେ କାଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜନଗହଳି ସ୍ଥାନରେ ଦୌଡୁଥିଲେ । ଆଖପାଖ ଲୋକ ଏ ଦୃଶ୍ୟଦେଖି ଭୟଭୀତ ହୋଇପଡିଥିଲେ। ସେଠାରେ ଉପସ୍ଥିତ ପୋଲିସ ଉକ୍ତ ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁବକ ଜଣକ ଏଥିରେ ରାଗିଯାଇ ଛୁରି ଧରି ପୋଲିସ ଉପରେ ଆକ୍ରମଣ କରିଥିଲେ ଓ ପୋଲିସ ଠାରୁ ବନ୍ଧୁକ ଛଡାଇ ଗୁଳି ଚଳାଇଥିଲେ। ଯେଉଁଥିରେ ଜଣେ ଅଧିକାରୀ ମଧ୍ୟ ଆହତ ହେଇଥିବା ଜଣାପଡିଛି ।

ପୋଲିସ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛି କି, ଉକ୍ତ ଯୁବକଙ୍କ ନାମ କୃଷ୍ଣ ସେରୱାଲ । ସେ ତାଙ୍କ ପତ୍ନୀଙ୍କ ସହ ଝଗଡା କରି ଏପରି କାଣ୍ଡ ଘଟାଇଥିଲେ। ପୋଲିସ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଯୁବକଙ୍କୁ କାବୁକରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କ ଚିକିତ୍ସା ଚାଲିଛି ।

ତେବେ ଜନଗହଳି ସ୍ଥାନରେ ଅନ୍ୟ ଜୀବନକୁ ବିପଦରେ ପକାଇ ଗୁଳି ଚଳାଇବା ଓ ଏପରି ଭୟଙ୍କର କାଣ୍ଡ ଘଟାଇଥିବାରୁ ଭାରତୀୟ ଦଣ୍ଡ ସଂହିତା ଧାରା 307,394,397,186,353 ଓ 27 ଆର୍ମସ ଆକ୍ଟ ଅନୁଯାୟୀ ଯୁବକଙ୍କ ବିରୋଧରେ ଥାନାରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ।

Related Articles

Leave a Reply

Your email address will not be published.

Back to top button