ଅପରାଧଖୋର୍ଧା

ବିଜେପି ନେତାଙ୍କ ଅଭିନବ ଠକେଇ, ବିଡିଓଙ୍କ ଜାଲ ଦସ୍ତଖତ କରି ଊଠେଇ ନେଲେ ୧୫ ଲକ୍ଷ ଟଙ୍କା

ଖୋର୍ଦ୍ଧା  : ଘଟଣା ହେଉଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର । ଚିଲିକା ବ୍ଲକ ଚେୟାର ମ୍ୟାନ ହେଉଛନ୍ତି ବିଜେପି ଦଳର । ତାଙ୍କର ନାମ ଜ୍ୟୋସ୍ନା ବେହେରା । ତାଙ୍କ ସ୍ୱାମୀଙ୍କର ନାମ କିଶୋର ବେହେରା । ସେ ଠିକାଦାର କାମ କରିଵା ସହ ବିଜେପି ଦଳର ଜଣେ ସଂଗଠକ ଭାବେ ଜଣା ଶୁଣା ।

କିଶୋର ବେହେରାଙ୍କର ଠିକାଦାର ଲାଇସେନସ ଥିଵାରୁ ସେ ଟାଙ୍ଗୀ ବ୍ଲକରେ  କେତେକ ଠିକା କାମ ପାଇଥିଲେ । ଠିକା ନେଇ କେତେକ ମେଡିକାଲର  ବିଲଡିଙ୍ଗ୍ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେଥିପାଇଁ ବିଲଡିଙ୍ଗ କାମ ବାବଦରେ ସିକ୍ୟୁରିଟି୍ ବାବଦକୁ ପ୍ରାୟ ୧୫ ଲକ୍ଷ ଟଙ୍କା ନିଜ ନାମରେ ସୋରଣ ଇଣ୍ଡିୟାନ ବ୍ୟାଙ୍କରେ ଜମା ରଖିଥିଲେ । କାମ ସରିବା ପରେ ବ୍ଲକ କର୍ତୁପକ୍ଷ ନିର୍ଦ୍ଧେଶ ଦେବା ପରେ ସେ ସେହି ୧୫ ଲକ୍ଷ ଟଙ୍କା ଉଠାଣ କରିଥାନ୍ତେ । ହେଲେ କାମ ଆରମ୍ଭ ପୂର୍ବରୁ ଟାଙ୍ଗୀ ବିଡିଓ ଐଶର୍ଯ୍ୟା ସାମନ୍ତରାୟଙ୍କର ଜାଲ ଦସ୍ତଖତ କରି ସେହି ୧୫ ଲକ୍ଷ ଟଙ୍କା ଉଠେଇ ନେଇଥିଵା ନେଇ ଟାଙ୍ଗୀ ଥାନାରେ ଲିଖିତ ଏତଲା କରିଛନ୍ତି ଟାଙ୍ଗୀ ବିଡିଓ । ଏତଲା ପରେ ଟାଙ୍ଗୀ ପୋଲିସ୍ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ ।

Related Articles

Leave a Reply

Your email address will not be published.

Back to top button