ଅପରାଧଓଡ଼ିଶାଦୁର୍ଘଟଣା

କାର ଚଢି ଜଣେ ମୃତ ,ତିନି ଆହତ

ସୁବର୍ଣ୍ଣପୁର: ସ୍କୁଲ ଛାତ୍ରଙ୍କ ଉପରେ ଚଢିଗଲା କାର । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ତିନିଜଣ ହୋଇଛନ୍ତି ଗୁରୁତର ଆହତ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଧନୁପାଲି ଛକ ନିକଟରେ । ଆହତ ଛାତ୍ର ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖନାରେ ଭର୍ତ୍ତି  କରାଯାଇଛି ।  

ବୁଧୁବାର ସକାଳ ଘଟିଛି ଏ ମର୍ମନ୍ତୁଦ ଦୁର୍ଘଟଣା । ସରଧାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ସକାଳେ ପିଲାଙ୍କ ପରିକ୍ଷା ପରେ କିଛି ଛାତ୍ର ସ୍କୁଲର ଫାଟକ ଆଗରେ ଠିଆ ହୋଇଥିଲେ । ସେଠାରେ ହଠାତ ଅର୍ଜୁନ ପରୁ ଆଡୁ ଗୋଟିଏ କାର କ୍ଷୀପ୍ର ବେଗରେ ଆସି ସ୍କୁଲ ପାଚେରିକୁ ଧକ୍କାଦେଇଥିଲା ଓ ପରେ ପିଲାଙ୍କ ଉପରେ ଚଢିଯାଇଥିଲା । 

ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ତିନିଜଣଙ୍କୁ ଆହାତ ଅବସ୍ଥାରେ ସୁବର୍ଣ୍ଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଉଛନ୍ତି ସୁବ୍ରତ ଭୋଇ । ଅନ୍ୟ ଆହତ ମାନେ ହେଲେ  ରାଜାରାମ ପେରା ଓ ରାକେଶ ପେରା ସମେତ ଆଉଜଣେ । ତେବେ ସୁବ୍ରତ ଭୋଇ ସେହି ସ୍କୁଲରେ ଷଷ୍ଠ ଶ୍ରେଣୀର ଛାତ୍ର ଥିବା କଥା ଜଣାପଡିଛି ।

ଦୁର୍ଘଟଣା ପରେ ସେଠାରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଲୋକମାନେ ଉତ୍ତେଜିତ ହୋଇ କାର ଡ୍ରାଇଭରକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ପୋଲିସ ଏବିଷୟରେ ଅଧିକ ତଦନ୍ତ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published.

Back to top button