ଅପରାଧରାଜ୍ୟ

ସାଧୁ ଚେତନ ଦାସଙ୍କୁ ହତ୍ୟା

ରାଜସ୍ଥାନ ହନୁମାନଗଡ ଜିଲ୍ଲା ସାଙ୍ଗରିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ସାଧୁ ଚେତନ ଦାସଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ମଙ୍ଗଳବାର ବିଳମ୍ୱିତ ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ସେ ଭାଖରାବାଲୀ ଗାଁରେ ଏକ ଘରେ ରହୁଥିଲେ। ତେବେ ତାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ କବାଟ ନ ଖୋଲିବାରୁ ସ୍ଥାନୀୟଲୋକେ କବାଟ ଖୋଲି ମୃତଦେହ ପଡିଥିବା ଦେଖିଥିଲେ। ଏନେଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ। ତାଙ୍କ ଶରୀରରେ ଅନେକ ଆଘାତ ଲାଗିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତୁ ଧରିବା ପାଇଁ ତନାଘନା ଜାରି ରଖିଛି।
ସାଧୁ ଚେତନ ଦାସ ଭାଖରାବାଲୀ ଗାଁରେ ଏକ ଘରେ ଦୀର୍ଘ ୨୫ ବର୍ଷ ହେବ ରହି ଆସୁଥିଲେ।
ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button