ଅପରାଧ

ଲାଇଫ ଲାଇନ ସମବାୟ ସମିତିର ସମ୍ପାଦକଙ୍କ ବିରୋଦ୍ଧରେ ଥାନାରେ ଅଭିଯୋଗ

ଜୟପୁର : ଲାଇଫ ଲାଇନ ସମବାୟ ସମିତିର ସମ୍ପାଦକ ତୁରନ୍ତ ସମିତିର ସମସ୍ତ ଦସ୍ତାବିଜ , ରେକର୍ଡ ପତ୍ର ସମିତିର ସହ ସମ୍ପାଦକଙ୍କୁ ହସ୍ତାନ୍ତର କରୁ ନଥିବାରୁ ତାଙ୍କ ବିରୋଧରେ ଜୟପୁର ଟାଉନ ଥାନାରେ ଅଭି ଯୋଗ କରାଯାଇଛି । ଲାଇଫ ଲାଇନ ସମବୟ ସମିତିର ନିଦ୍ଦେଷକ ମାନେ ଏହି ଅଭି ଯୋଗ କରିଛନ୍ତି । ଜିଲାପାଳଙ୍କ ଅଫିସର ଚିଠି ନଂ ୪୧୮/ ୬.୯.୨୧ ମିହାରେ ଲାଇଫ ଲାଇନ ସମବାୟ ସମିତିର ସଂଚୟକାରି ଓ ରୁଣ ଗୃହିତା ମାନଙ୍କର ସମ୍ପୁର୍ଣ୍ଣ ତଥ୍ୟ ମାଗିଥିଲେ ସୁଦ୍ଧା ୨ ବର୍ଷ ପୁରଣ ହେବାକୁ ଯାଉଥିବା ତଥ୍ୟ ପ୍ରଦାନ କରାଯାଉ ନାହିଁ । ଏମିତିକି ପରିଚାଳନା କମିଟି କୁ ମଧ୍ୟ ସହ ଯୋଗ କରୁ ନାହିଁନ୍ତି କି କମିଟିର ନିଦ୍ଦେକକୁ କାର୍ଯ୍ୟକାରି କରୁ ନାହଁନ୍ତି । କିମ୍ବା ସଞ୍ଜୟ କାରିଙ୍କୁ ସଂଚିତ ଟଙ୍କା ପାଇବାରୁ ବଞ୍ଜିତ ହେଉଛନ୍ତି । ସମ୍ପାଦକ କାର୍ଯ୍ୟାଳୟ ଖୋଲାଯାଉ ନାହିଁ କି ଅଡିଟ ମଧ୍ୟ କରାଯାଉ ନାହିଁ । ସମ୍ପାଦକ ଙ୍କ ଅଧିନରେ ଥିବା ଦସ୍ତାବିଜ ରେକର୍ଡ ଦିଆଯାଉ ନାହିଁ । ତେଣୁ ପୋଲିସ ହସ୍ତ କ୍ଷେପ କରିବାକୁ ସଭାପତି ଶାନ୍ତି ଲତା ବିନ୍ଦାଣି, ସରୋଡିନି ମହାପାତ୍ର, ଜାନକି ପ୍ରଧାନ, ନିରଞ୍ଜନି ଶତପଥି ପ୍ରମୁଖ ଅଭି ଯୋଗ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button