ଓଡ଼ିଶା

ଜନଜାତି ବର୍ଗର ସର୍ବାଙ୍ଗୀଣ ବିକାଶ ପାଇଁ ରାଜ୍ୟ ସରକାର କାମ କରୁଛନ୍ତି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାର ଜନଜାତି ବର୍ଗର ଲୋକ ମାନଙ୍କ ସାମାଜିକ- ଆର୍ଥିକ ପରିସ୍ଥିତି ରେ ଉନ୍ନତି ଆଣିବା ତଥା ଶିକ୍ଷାଗତ ଆବଶ୍ୟକତାକୁ ପୂରଣ କରିବାକୁ ଲଗାତାର ପଦକ୍ଷେପ ନେଇଛନ୍ତି । ସେମାନଙ୍କର ଶିକ୍ଷା, ଆଜୀବିକା ଓ ଅଧିକାରର ସୁରକ୍ଷା ଆମର ଫୋକସରେ ରହିଛି । ଜନଜାତି ପରାମର୍ଶଦାତା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ସେ କହିଛନ୍ତି ଯେ, ଜନଜାତୀୟ ପରମ୍ପରା ଓ ସଂସ୍କୃତିକୁ ରକ୍ଷା କରିବା ଓ ସଂରକ୍ଷଣ କରିବା ପାଇଁ ସରକାରଙ୍କ ଦ୍ୱାରା ଗଠିତ ସ୍ପେଶାଲ ଡେଭଲପମେଂଟ କାଉନସିଲ ଗୁଡିକର ଗୁରୁତ୍ୱପୂର୍ଣ ଭୂମିକା ରହିଛି । ଚଳିତ ବର୍ଷ ଏହି ଯୋଜନାକୁ ରାଜ୍ୟର 23ଟି ଜିଲ୍ଲାର 172ଟି ବ୍ଲକକୁ ସଂପ୍ରସାରିତ କରାଯାଇଛି ଓ ଏହା ଦ୍ୱାରା 84 ଲକ୍ଷ ଜନଜାତୀୟ ଲୋକ ମାନଙ୍କୁ ଏହାର ପରିସରକୁ ଅଣାଯାଇଛି ।

ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଶିକ୍ଷାର ବିକାଶ ସବୁଠାରୁ ଅଧିକ ମହତ୍ୱପୂର୍ଣ ହୋଇଥିବା କାରଣରୁ ରାଜ୍ୟ ସରକାର ଜନଜାତି ବର୍ଗର ପିଲା ମାନଙ୍କୁ ଛାତ୍ରାବାସରେ ରହି ପାଠ ପଢିବାର ବ୍ୟବସ୍ଥା କରୁଛନ୍ତି । ରାଜ୍ୟର 4.2 ଲକ୍ଷ ପରିବାରର 6 ଲକ୍ଷରୁ ଉର୍ଧ ଛାତ୍ର ଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା ଉପଲବ୍ଧ କରାଯାଇଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published.

Back to top button