ଅପରାଧ

ସୋନାଲି ଫୋଗଟ ହତ୍ୟା: ସିବିଆଇ ତଦନ୍ତ ପାଇଁ ଉଠିଲା ଦାବି

ପାନାଜୀ: ବହୁଚର୍ଚ୍ଚିତ ବିଜେପି ନେତ୍ରୀ ସୋନାଲି ଫୋଗଟ ହତ୍ୟା ମାମଲାରେ  ଦିନ ଯେତିକି ଗଡୁଛି ସେତିକି ସେତିକି ନୂଆ ତଥ୍ୟ ସାମ୍ନାକୁ ଆସୁଛି ।  ପୁଣି ଜଣେ ଅଭିଯୁକ୍ତ ଗିରଫ ହୋଇଛି ଏହି ହତ୍ୟା ମାମଲାରେ ।  ଆଜିର ଅଭିଯୁକ୍ତକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିବାରେ ଗୋଆ ପୋଲିସ ସଫଳ ହୋଇଛି  ।  ଡ୍ରଗ୍ସ ଚାଲାଣାକାରୀ ରାମା ନାମକ ବ୍ୟାକ୍ତିଙ୍କୁ ପୋଲିସ ଗିରଫ କରିଛି  ।  ଗୋଆ ପୁଲିସ ସୋନାଲିଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଦତନ୍ତ ଜୋରଦାର ଚଳାଇଛି  ।  ସେପଟେ ଗୋଆ ମୁଖ୍ୟମନ୍ତ୍ରୀ ଘଟଣାକୁ  ଗୁରୁତର ସହ ନେବା ସହିତ ସାମିଲ ଥିବା କୌଣସି ଅଭିଯୁକ୍ତଙ୍କୁ ଛଡାଯିବନି ଏବଂ ଦୃଢ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ  ଆବଶ୍ୟକ ପଡିଲେ ସିବିଆଇ ଯାଞ୍ଚ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ   । ସେପଟେ ପରିବାର ଅଭିଯୋଗ ଆଣିଛି କି ସୋନାଲିଙ୍କ ସମ୍ପତ୍ତି ହାତେଇବାକୁ ଏଭଳି ଉଦ୍ୟମ କରାଯାଇଛି  । ଏହା ସହିତ ସୋନାଲିଙ୍କ ଝିଅଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥିବା  ସମ୍ପକୀର୍ୟ  କହିଛନ୍ତି  ।

ଗୋଆ ଆଇଜିପି ଓମବୀର ସିଂହ ବିଷ୍ଣୋଇ କହିଛନ୍ତି କି, ସିସିଟିଭି ଫୁଟେଜରେ ସୁଧୀର, ସୁଖଦେବ ଓ ମୃତକ ଏକ କ୍ଲବରେ ପାର୍ଟି କରିଥିଲେ। ସେଠାରେ ସୋନାଲିଙ୍କୁ କିଛି ଜୋରଜବରଦସ୍ତି ପିଇବାକୁ ଦିଆଯାଇଥିଲା। ସେମାନଙ୍କୁ ଗିରଫ କରିବା ପରେ, ସୋନାଲିଙ୍କ ମଦରେ ଜାଣିଶୁଣି ନିଶା ମିଶାଇ ଦେଇଥିବା ପ୍ରକାଶ କରିଥିଲେ । ମାମଲାରେ ଫରେନସିକ ସହାୟତା ନିଆଯାଉଛି । ବିଜେପିର ଏହି ନେତ୍ରୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କର ଅଟୋସ୍ପି ମଧ୍ୟ କରାଯାଇଥିଲା। ଏଥିରୁ ତାଙ୍କ ଶରୀରରେ କୌଣସି ଧାରୁଆ ଅସ୍ତ୍ରରେ ଆଘାତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା  । 

(ଫାଭିଓ) ଦିନ ଯେତିକି ଗଡୁଛି ରହସ୍ୟ ପରୁ ପରଦା ହଟିବାରେ ଲାଗିଛି ଜଣଙ୍କ ପରେ ଜଣେ ଗିରଫ ହେବାରେ ଲାଗିଛନ୍ତି  । ଆଗକୁ କିଏ କିଏ ଏହି ହତ୍ୟା ମାମଲାରେ ସାମିଲ ଅଛନ୍ତି ତାହା ଜଣାପଡିବ

ସ୍ମିତା ମିଶ୍ରଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button