Boudhଅପରାଧଓଡ଼ିଶା

ବନ କର୍ମଚାରୀଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ

ବୌଦ୍ଧ: ବନ କର୍ମଚାରୀଙ୍କ ଉପରେ ଗୁଳିମାଡ କଲେ  ଦୁର୍ବୃତ୍ତ । ପେଟ୍ରୋଲିଂ ସମୟରେ ଗୁଳିମାଡରେ ଆହାତ ହେଲେ ବନ କର୍ମଚାରୀ । ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡା ଖଲିଆପଲି ଛକ ନିକଟରେ । ଆହାତ ବନ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ବୌଦ୍ଧ ବନ ବିଭାଗର 6 ଜଣ କର୍ମଚାରୀ ବଘିଆପଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଦୁଇଜଣ  ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ଗାଡି ଅଟକାଇବାକୁ କହିଥିଲେ । ସେମାନେ ଗାଡି ନଅଟକାଇବାରୁ ସେମାନେ ବନ କର୍ମଚାରୀଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ । ଗୁଳିମାଡରେ ଦୁଇ ବନ କର୍ମଚାରୀ ଆହାତ ହୋଇଥିବାବେଳେ । ସେମାନଙ୍କୁ ଆହତ ଅବସ୍ଥାରେ ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଆହତ ଦୁଇ କର୍ମଚାରୀ ହେଉଛନ୍ତି  ନୀଳାଚଳ ପ୍ରଧାନ ଓ ନବ କୁମାର ସାହୁ । ନୀଳାଚଳଙ୍କର କାନ୍ଧରେ ଦୁଇ ରାଉଣ୍ଡ ଗୁଳି ବାଜିଥିବା ବେଳେ ନବ କୁମାରଙ୍କ ପିଠିରେ ବାଜିଛି ଗୁଳି । ଏନେଇ ବୌଦ୍ଧ ବନ ଡିଏଫଓ ଦେବପ୍ରିୟ କମ୍ପ କହିଛନ୍ତି ଯେ, ଏହି ଗୁଳିକାଣ୍ଡର ପ୍ରକୃତ ଘଟଣା ଜଣାପଡିନି । ତେବେ ତଦନ୍ତ ପରେ ଏହାର ସମସ୍ତ ସତ୍ୟତା ସାମ୍ନାକୁ ଆସିବ ।   

Related Articles

Leave a Reply

Your email address will not be published.

Back to top button