Balangir

ବଡ଼ମାଳ ଗୋଳାବାରୁଦ କାରଖାନାକୁ ପ୍ରତିରକ୍ଷା ବିଭାଗ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପରିଦର୍ଶନ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବଡ଼ମାଳ ଗୋଳାବାରୁଦ କାରଖାନାକୁ ପ୍ରତିରକ୍ଷା ବିଭାଗର ସଂସଦୀୟ ଷ୍ଟାଣ୍ଡିଂ କମିଟି ପରିଦର୍ଶନରେ ଆସି ଫେରି ଯାଇଥିବା ଜଣାପଡିଛି । ଏଥିରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନେତୃତ୍ୱରେ ଏହି ଷ୍ଟାଣ୍ଡିଂ କମିଟିରେ ୧୧ ଜଣ ସହ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ମଧ୍ୟ କମିଟି ସହିତ ଉପସ୍ଥିତ ଥିଲେ । ସାଂସଦମାନଙ୍କ ବ୍ୟତୀତ ଲୋକସଭା ସଚିବାଳୟ ତଥା ପ୍ରତିରକ୍ଷା ମନ୍ତ୍ରଣାଳୟର ଉଚ୍ଚପଦସ୍ତ ଅଧିକାରୀମାନେ ମଧ୍ୟ ଏହି ଗସ୍ତରେ ଉପସ୍ଥିତ ଥିଲେ ।

     ଗତକାଲି ସୁନାବେଡାଠାରୁ ପ୍ରତିରକ୍ଷା ମନ୍ତ୍ରଣାଳୟର ହେଲିକେପ୍ଟର ଯୋଗେ ଆସିଥିବା ସମସ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ତଥା ଅଧିକାରୀମାନଙ୍କୁ ସ୍ଥାନୀୟ ହେଲିପ୍ୟାଡଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ହେଲିପ୍ୟାଡରୁ ସିଧା କାରଖାନାର ଗେଷ୍ଟ ହାଉସ – ୧ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରି ସଂସଦୀୟ ସମିତି କାରଖାନା ପରିଦର୍ଶନରେ ଯାଇଥିଲେ । ସେଠାରେ ସେମାନେ ୟୁନିଟ – ୧୦ରେ ଗୋଳା ପ୍ରସ୍ତୁତି ତଥା ୟୁନିଟ – ୫ରେ ଏକ୍ସ-ରେ ନିରୀକ୍ଷଣ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ । ତାପରେ ପ୍ରଶାସନିକ ଭବନ ପରିସରରେ ଥିବା ପ୍ରଦର୍ଶନୀ କକ୍ଷ ପରିଦର୍ଶନ କରି ମୁଖ୍ୟ ସଭାଗୃହରେ ମ୍ୟୁନିସନ ଇଣ୍ଡିଆ ଲିମିଟେଡ ଓ କାରଖାନା ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ପରିଦର୍ଶନ ସମୟରେ ପୁନେ ସ୍ଥିତ ମ୍ୟୁନିସନ ଇଣ୍ଡିଆ ଲିମିଟେଡ୍ର ନିର୍ଦ୍ଦେଶକ ଦେବାଶିଷ ବାନାର୍ଜୀ, ଗୋଳାବାରୁଦ କାରଖାନା ବଡ଼ମାଳର ମହାପ୍ରବନ୍ଧକ ପ୍ରଦୀପ କୁମାର ଦାଶଙ୍କ ସମେତ କାରଖାନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନ ତଥା ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଏହାପରେ କାରଖାନା ପରିଦର୍ଶନ ସାରି ଷ୍ଟାଣ୍ଡିଂ କମିଟି ସଦସ୍ୟମାନେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କାରଖାନା ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button