ଅପରାଧଯାଜପୁର

ନାଲକୋର ଡେପୁଟି ମ୍ୟାନେଜର କହି ଓଏଏସ ଯୁବତିଙ୍କୁ ବିବାହ କଲେ, ଯୁବତି ଜଣକ ଥାନାର ଦ୍ୱାରସ୍ଥ, ମାମଲା ରୁଜୁ, ତଦନ୍ତ ଆରମ୍ଭ

ଜୟପୁର : ମିଛ ପରିଚୟ ଦେଇ ଜଣେ ଯୁବକଙ୍କ ତାଙ୍କୁ ବାହା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଓଏଏସ ଯୁବତୀ । ଓଏଏସ ଯୁବତି ଜଣକ ହେଉଛନ୍ତି ଟ୍ରେଲିଙ୍ଗ ରିଜର୍ଭ ଅଫିସର ଜୟପୁର ବ୍ଲକର ଋିତୁ ସିଂ । ଜୟପୁର ସହରର ଶ୍ରୀ ରାମ ନଗରରେ ରହୁଛନ୍ତି ଋିତୁ ସିଂ । ଜୟପୁର ଲିଙ୍ଗରାଜ ନଗରର ହରିହର ରଥ ଯୁବକ ଜଣକ ନିଜକୁ ଦିଲ୍ଲିର ନାଲକୋରେ ଡେପୁଟି ମ୍ୟାନେଜର ବୋଲି ପରିଚୟ ଦେଇଥିଲେ । ଉଭୟଙ୍କ ବାହା ଘର ଗତ ଫେବୃଆରୀ ୯ ତାରିଖ ରେ ଅନୁଷ୍ଠିତ ହୋଇଥିଲା । ବାହା ଘରର ତିନି ମାସ ପରେ ଆଜି ସମ୍ପୃକ୍ତ ଓଏଏସ ଯୁବତୀ ଜଣକ ତାଙ୍କୁ ମିଥ୍ୟା କହି ଯୁବକ ବାହା ହୋଇଥିବା ନେଇ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ସ୍ୱାମୀର ଚାକିରିର କାଗଜ ପତ୍ର ପାଇଁ ଶ୍ୱଶୁର ଘର ଆଗରେ ରାତି ଜଗିଲେ । ସ୍ୱାମୀ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା କହୁଥିବା ବେଳେ କୌଣସି ପରିଚୟ ପତ୍ର ଦେଉନଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ୯ ଫେବୃଆରୀ ରେ ଜୟପୁର ବାବା ସାହେବ କଲ୍ୟାଣ ମଣ୍ଡପରେ ବିବାହ ହୋଇଥିଲା । ଜୟପୁର ଲିଙ୍ଗରାଜ ନଗରରେ ରହୁଥିବା ହରିହର ରଥ ଙ୍କ ସହ ବିବାହ ହୋଇଥିଲା । ଶାଶୁଘର ଲୋକେ ରଞ୍ଜନା ତ୍ରିପାଠୀ, ରୁଦ୍ରନାଥ ରଥ, ସାଗରିକା ଆଚାର୍ଯ୍ୟ ଶାରିରିକଓ ମାନସିକ ନିର୍ଯ୍ୟାତନା ଦେଲେ । ସ୍ୱାମୀ ହରିହର ଯୁବତିର ଇଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖିଲେ । ତେଣୁ ଓଏସଏ ଯୁବତୀ ଓ ତାଙ୍କ ପରିବାର ପ୍ରତି ବିପଦ ରହିଥିବା ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଅଭିଯୋଗକୁ ଗୁରୁତର ସହ ନେଇ ଜୟପୁର ଟାଉନ ପୋଲିସ ୧୪୧/୨୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଟାଉନ ଥାନା ଅଧିକାରି ସମ୍ବିତ କୁମାର ବେହେରା ସୁଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button