ଓଡ଼ିଶା

ଆକ୍ସନ ମୋଡରେ ପୁରୀ ପୋଲିସ

ପୁରୀ: ସାଇବର ଫ୍ରଡ଼କୁ ନେଇ ଆକ୍ସନ ମୋଡରେ ପୁରୀ ପୋଲିସ। ଲୋକଙ୍କୁ ସଚେତନ କରାଇବା ସହ ସାଇବର ଠକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ନୀଳାଚଳ ଭକ୍ତ ନିବାସ ନାମରେ ଫେକ ୱେବ ସାଇଟ କରି ଦୁଇ ସାଇବର ଠକଙ୍କୁ ଗିରଫ କରିବା ସହ ଏବେ ଫେରାର ରହିଛି ମୁଖ୍ୟ ଅଭିଯୁକ୍ତ । ସେପଟେ କିପରି ଅନଲାଇନ ଠକେଇରୁ ବଂଚିତ ରହିବେ ପର୍ଯ୍ୟଟକ ଏବଂ ଭକ୍ତ ସେନେଇ ପୋଲିସ ପକ୍ଷରୁ ଏକ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ସାଇବର ଫ୍ରଡ଼କୁ ନେଇ ଆକ୍ସନ ମୋଡରେ ପୁରୀ ପୋଲିସ। ନୀଳାଚଳ ଭକ୍ତ ନିବାସ ନାଁରେ ସାଇବର ଠକେଇ ଘଟଣାକୁ ତଦନ୍ତ କରି ୨ ସାଇବର ଠକଙ୍କୁ ଗିରଫ କରିଛି ପୁରୀ ପୋଲିସ। ଗତ ନଭେମ୍ବର ୨୪ ୨୦୨୨ ମସିହାରେ ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୁଖ୍ୟ ଅଭିଯୁକ୍ତକୁ ୱେବ ସାଇଟରେ ବ୍ୟବହାର ହେଉଥିବା ସିମ ଯୋଗାଉଥିବା ବେଳେ ସେମାନଙ୍କ ଠାରୁ ୫ଟି ମୋବାଇଲ ଫୋନ, ୩୧ଟି ସିମ୍ କାର୍ଡ, ଗୋଟିଏ ବାୟୋମେଟ୍ରିକ୍ ଡିଭାଇସ୍ ଓ କଡ୍ ଜବତ କରିଛି। ତେବେ ଠକାମୀର ଶିକାର ହୋଇଥିବା ଭକ୍ତମାନେ ଉପଯୁକ୍ତ ପ୍ରମାଣ ଦେଖାଇ ଅର୍ଥ ରାଶି ଫେରି ପାଇବେ । ଏଥିସହ ବିଭିନ୍ନ ହୋଟେଲ ଗୁଡିକ ନାଁରେ ଫେକ୍ ୱେବ ସାଇଟ ମାଧ୍ୟମରେ କିଭଳି ଫ୍ରଡ଼ ହୋଇନପାରିବେ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା।

ତେବେ ସାଇବର ଠକାମୀ ଶିକାରରୁ ବର୍ତ୍ତିବା ପାଇଁ ପୁରୀ ପୋଲିସ ପକ୍ଷରୁ ଆଜି ଦ୍ୱିତୀୟ  ସାଇବର ଠକେଇ  ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଭିନ୍ନ ହୋଟେଲ ଆସୋସିଏସନଙ୍କୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ପୁରୀକୁ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ସମାନେ ଯେପରି କୌଣସି ଠକାମୀରେ ନ ପଡିବେ ସେହି ଉଦ୍ଦେଶ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଗାମୀ ଦିନରେ ଏହି ଅନଲାଇନ ଫ୍ରଡ଼ ରୋକିବା ଲାଗି ଆଇଟି ଏକ୍ସପର୍ଟଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି ବୋଲି ହୋଟେଲିୟର୍ସ କହିଛନ୍ତି।

ପୁରୀ ସହରକୁ ସାଇବର କ୍ରାଇମ ମୁକ୍ତ କରିବା ଲାଗି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ସହ ସାଇବର ଠକଙ୍କ ଉପରେ କଡା ନଜର ରଖିଛି ପୁରୀ ପୋଲିସ।

ଶିବ ପ୍ରସାଦ ଦାସଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button