Bhadrakଅପରାଧ

ଶ୍ବଶୁର ଘରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ

ଭଦ୍ରକ : ଶ୍ବଶୁର ଘରେ ସ୍ତ୍ରୀ କୁ ହତ୍ୟା କରିଛି ସ୍ୱାମୀ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆଗରପଡା ଥାନା ହଜାରି ସାହି ରେ ସୂଚନାଯୋଗ୍ୟ ଯେ ହଜାରୀ ସାହି ର ମୃତ ଲଷ୍ମୀ ସିଂ ଅଭିଯୁକ୍ତ ରବୀନ୍ଦ୍ର ସିଂ ଙ୍କୁ ବିବାହ କରିଥିଲେ । ଅଭିଯୁକ୍ତ ରବୀନ୍ଦ୍ର 2 ପୁଅ ଓ ସ୍ତ୍ରୀ ଲଷ୍ମୀଙ୍କୁ ନେଇ ସଳା ବାହାଘର ପାଇଁ ଦିଲ୍ଲୀ ରୁ ଆସିଥିଲେ ଶ୍ବଶୁର ଘର । ତେବେ ପରକୀୟା ପ୍ରିତି ସନ୍ଦେହ ରେ ଉଭୟଙ୍କ ମଧ୍ୟରେ ତିକ୍ତତା ଥିଲା । ଗତକାଲି ମଧ୍ୟ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ରବୀନ୍ଦ୍ର ଲଷ୍ମୀଙ୍କ ମୁହଁ ରେ ତକିଆ ପକାଇ ହତ୍ୟା କରିଥିଲେ ଓ ପରେ ଛୁରୀ ସାହାଯ୍ୟ ରେ ତଣ୍ଟି ମଧ୍ୟ କାଟି ଫେରାର ହୋଇଯାଇଥିଲେ । ଉଭୟ ଘରେ ଦେଖା ନଯିବାରୁ ବହୁ ସମୟ ପରେ ଘର ଲୋକେ ଝିଅକୁ ରକ୍ତାକ୍ତ ଅବସ୍ଥା ରେ ଘରେ ପଡିଥିବା ଦେଖିଥିଲେ ଓ ଆଗରପଡା ପୋଲିସକୁ ଖବର ଦେଇଥିଲେ । ଲୁଚିଥିବା ରବୀନ୍ଦ୍ର ସିଂ କୁ ପୋଲିସ ଅଟକ ରଖିଛି ଓ ହତ୍ୟା ରେ ବ୍ୟବହୃତ ଛୁରୀ ମଧ୍ୟ ଜବତ ହୋଇଛି । ଘଟଣାସ୍ଥଳ ରେ ତଦନ୍ତ ପାଇଁ ଡଗ ସ୍କ୍ୱାର୍ଡ ସହ ଫରେନସିକ ଟିମ ଯାଉଥିବା ସୂଚନା ମିଳିଛି ।

Related Articles

Leave a Reply

Your email address will not be published.

Back to top button