ଅପରାଧଯାଜପୁର

ହତ୍ୟା ପରେ ହତ୍ୟାକାରୀର ଆତ୍ମସମର୍ପଣ

ଯାଜପୁର: ଯାଜପୁର ସୁକିନ୍ଦା ଥାନା ବନ୍ଧ ଗାଁରେ ଅଭାବନୀୟ ଘଟଣା। ପ୍ରତିଶୋଧ ପରାୟଣ ହୋଇ ଜଣେ ତାନ୍ତ୍ରିକଙ୍କୁ ହାଣି ଦେଲେ ଯୁବକ। ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ହୋଇଛି। ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ। ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ ବନ୍ଧ ଗାଁର ଶାନ୍ତନୁ ବେହେରା। ସୂଚନା ଅନୁଯାୟୀ, ସାନ୍ତନୁ ବେହେରା ଓ ତାଙ୍କ ସ୍ତ୍ରୀ ମଧ୍ୟରେ କଳହ ଲାଗି ତାଙ୍କ ସ୍ତ୍ରୀ ବାପ ଘରକୁ ଚାଲି ଯାଇଥିଲେ। ସ୍ତ୍ରୀଙ୍କୁ ଗୁଣି ଗାରେଡି ଦ୍ୱାରା ଫେରାଇ ଆଣିବାକୁ ତାନ୍ତ୍ରିକ ଜଣକ ବାରମ୍ୱାର ଶାନ୍ତନୁଙ୍କ ଠାରୁ ପଇସା ନେଉଥିଲା। ଆଜି ତାନ୍ତ୍ରିକ ଜଣକ ସେହି ଗାଁକୁ ଆସି ଶାନ୍ତନୁଙ୍କୁ ପଇସା ମାଗିଥିଲେ। ଏଥିରେ ଅଭିଯୁକ୍ତ ଶାନ୍ତନୁ ରାଗରେ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାନ୍ତ୍ରିକଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ଏହାପରେ ଧାରୁଆ ଅସ୍ତ୍ରଧରି ଶାନ୍ତନୁ ସୁକିନ୍ଦା ଥାନାରେ ସମର୍ପଣ କରିଥିଲା। ଘଟଣା ସ୍ଥଲରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published.

Back to top button